Manoj Mishra: ଗୁମର ଖୋଲିଲେ ମନୋଜ ମିଶ୍ର, ପୁଣିଥରେ ହେଲା ଅଡିଓ ଭାଇରାଲ
Manoj Mishra: ଓଲିଉଡ୍ କଳି ପୁଣି ତୀବ୍ର ହୋଇଛି। ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ମଙ୍ଗଳବାର ଓଡ଼ିଶା ଫିଲ୍ମ ଆଣ୍ଡ୍ ଟିଭି ନିର୍ଦ୍ଦେଶକ ସଂଘ କଟକ ସାଇବର ଥାନାରେ ଏତଲା ଦେଇଥିବାବେଳେ ଏପଟେ ମନୋଜ ମିଶ୍ର ନିଜ ଇନଷ୍ଟା ଗ୍ରାମ ପେଜ୍ ରେ ଏକ ଅଡିଓ ସେୟାର କରିଛନ୍ତି। ଏଥିରେ ଜଣେ ଡାଇରେକ୍ଟର ଜଣେ ସମୀକ୍ଷକଙ୍କୁ ଗାଳିଗୁଲଜ କରିବା ସହ ସିନେମା ସମୀକ୍ଷା କରିବା ଅଧିକାର ଦର୍ଶକଙ୍କର ଅଛି, କାରଣ ସେମାନେ ପଇସା ଦେଇ ସିନେମା ଦେଖନ୍ତି, ଯଦି ଭଲ ଲାଗିଲା ଭଲ କହିବେ, ଖରାପ ଲାଗିଲା, ନିଶ୍ଚେ ଗାଳି ଦେବେ, କିନ୍ତୁ ଓଡ଼ିଶା ରେ କିଛି ନିର୍ଦ୍ଦେଶକ ଅଛନ୍ତି, ଯଦି ତାଙ୍କ ଫିଲ୍ମ୍ କୁ କିଏ ସମୀକ୍ଷା କଲା ତାହେଲେ ତାଙ୍କୁ ସେମାନେ ଧମକ ଦିଅନ୍ତି... ଶୁଣନ୍ତୁ ଆମ ଆଗ ଧାଡ଼ିର ନିର୍ଦ୍ଦେଶକ କେମିତି ଧମକ ଦେଉଛନ୍ତି, କିନ୍ତୁ ତାଙ୍କ ନାଁ ରେ ସାଇବର କେସ୍ ହେବନାହିଁ, କାରଣ ତାଙ୍କର ବହୁତ୍ ବଡ଼ ବଡ଼ ଲୋକଙ୍କ ସହ ସମ୍ପର୍କ ଅଛି, ବୋଲି ଲେଖିଛନ୍ତି ମନୋଜ ମିଶ୍ର।