MP Anubhav Mohanty: `ସୂର୍ଯ୍ୟ ଉଦୟ ହେବା କଥା ହବ, ମୋର ଡିଭୋର୍ସ ହେବା କଥା ହେବ`
ଶେଷ ହେଉନାହିଁ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା। ଗତ କିଛିଦିନ ତଳେ କୋର୍ଟଙ୍କ ରାୟ ଆସିବା ପରେ ସାଂସଦ ଅନୁଭବ ମହାନ୍ତି ଅନେକ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଉଥିବା ନଜର ଆସିଛନ୍ତି । ସେହିପରି ଓଡ଼ିଶାର ଏକ ୱେବ ଚ୍ୟାନେଲକୁ ପ୍ରତିକ୍ରିୟା ଦେବା ବେଳେ ଅଭିନେତା ଅନୁଭବ କହିଛନ୍ତି ଯେ, ସାତ ଜନ୍ମ କଣ ଲକ୍ଷେ ଜନ୍ମରେ ବର୍ଷାଙ୍କ ପରି ସ୍ତ୍ରୀ ପାଇବାକୁ ସେ ଚାହୁଁନାହାଁନ୍ତି ।