Tunnel Rescue: ପାଇପ୍ ସାହାଯ୍ୟରେ ଗଲା ହ୍ୱିଲ ଷ୍ଟ୍ରେଚର, ଏମିତି ଉଦ୍ଧାର ହେବେ ୪୧ ଶ୍ରମିକ
ଉତ୍ତରାଖଣ୍ଡର ଉତ୍ତରକାଶୀରେ ଚାଲିଥିବା ଚାରିଧାମ ପ୍ରକଳ୍ପ ଅଧୀନରେ ନିର୍ମାଣଧିନ ସିଲକ୍ୟାରା ଟନେଲ ଭୁଶୁଡ଼ିପଡ଼ିବା ହେତୁ ୪୧ ଜଣ ଶ୍ରମିକ ୧୩ ଦିନ ଧରି ସୁଡ଼ଙ୍ଗ ମଧ୍ୟରେ ଫସି ରହିଛନ୍ତି। ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଶ୍ରମିକମାନଙ୍କୁ ପାଇପ୍ ମାଧ୍ୟମରେ ଖାଦ୍ୟ, ଜଳ, ଔଷଧ ଏବଂ ଅମ୍ଳଜାନ ପଠାଯାଉଛି। ସେହିପରି ଏହି ପାଇପ୍ ଯୋଗେ ହ୍ୱିଲ ଷ୍ଟ୍ରେଚର ପଠାଯାଇ କେମିତି ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରିବ ସେନେଇ ରିହରସାଲ କରାଯାଇଛି।