Non Hindu: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ପ୍ରବଳ ଢିଲା, ପଶିଗଲେ ୯ ବାଂଲାଦେଶୀ ଅଣହିନ୍ଦୁ

Mon, 04 Mar 2024-2:13 pm,

ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ। ବାଙ୍ଗ୍ଲାଦେଶରୁ ଆସିଥିବା ଅଣହିନ୍ଦୁ ମାନେ ମନ୍ଦିରକୁ ପ୍ରବେଶ କରିବା ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ଯବସ୍ଥାରେ ଥିବା ବଡ ଧରଣର ତୃଟି ଜଳଜଳ ହୋଇ ଦେଖାଯାଉଛି।। ଶ୍ରୀମନ୍ଦିରକୁ ବେଆଇନ ଭାବେ ପ୍ରବେଶ କରିଥିବା ୯ଜଣ ବାଙ୍ଗ୍ଲାଦେଶୀ ନାଗରିକଙ୍କୁ ଅଟକ ରଖି ଛାନବିନ ଆରମ୍ଭ କରିଛି ପୁରୀ ସିଂହଦ୍ଵାର ଥାନା ପୁଲିସ। ଅଟକ ବାଙ୍ଗ୍ଲାଦେଶୀ ମାନଙ୍କ ମଧ୍ୟରେ ଅଛନ୍ତି ଜଣେ ହିନ୍ଦୁ ଓ ୮ଜଣ ଅଣହିନ୍ଦୁ। ତେବେ ତିନିଜଣଙ୍କ ପାଶପୋର୍ଟ ଜବତ କରାଯାଇଥିବା ବେଳେ ଅନ୍ଯମାନଙ୍କର ପାଶପୋର୍ଟ ଯାଞ୍ଚ କରାଯାଉଛି।। ସେପଟେ ଅତିରିକ୍ତ ଏସପି ସୁଶୀଲ ମିଶ୍ର, ସିଟିଡିଏସପି ଓ ସିଂହଦ୍ଵାର ଥାନା ପୁଲିସ ଏମାନେ ରହୁଥିବା ସମୁଦ୍ରକୁଳ ସ୍ୱସ୍ତିକ ହୋଟେଲରେ ତାଙ୍କ ରୁମକୁ ଛାନବିନ କରୁଛନ୍ତି। ସିସିଟିଭି ଯାଞ୍ଚ ସହ ତାଙ୍କର ଗତିବିଧି ଉପରେ ଅନୁଧ୍ୟାନ କରାଯାଉଛି। ଶ୍ରୀମନ୍ଦିର ଭିତରେ ଓ ବାହାରେ ସିସିଟିଭି ଯାଞ୍ଚ କରାଯାଉଛି।ତେବେ ବାଙ୍ଗ୍ଲାଦେଶୀ ଅଣହିନ୍ଦୁଙ୍କୁ ମନ୍ଦିରକୁ ନେଇଥିବା ସେମାନଙ୍କ ସହଯୋଗୀ ବାଙ୍ଗ୍ଲାଦେଶୀ ହିନ୍ଦୁବ୍ଯକ୍ତି ସ୍ଯୁକାର କରିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link