Ratan Tata Funeral: ରତନ ଟାଟାଙ୍କ ଅନ୍ତିମ ଦର୍ଶନ ସମୟରେ କାହିଁକି ହସୁଥିଲେ ନୀତା ଅମ୍ବାନୀ, ଭିଡିଓ ଭାଇରାଲ
Ratan Tata Funeral: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ଗୁରୁବାର ଅପରାହ୍ନରେ ଏନସିପିଏରେ ରତନ ଟାଟାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେମାନଙ୍କ ସହ ପୁଅ ଆକାଶ ଓ ବୋହୂ ଶ୍ଲୋକାଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଅମ୍ବାନୀଙ୍କ ପାର୍ଥିବ ଶରୀରକୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆସିଥିଲେ ଯେଉଁଠାରେ ତାଙ୍କ ପାର୍ଥିବ ଶରୀର ସର୍ବସାଧାରଣଙ୍କ ପାଇଁ ରଖାଯାଇଥିଲା । ହେଲେ ଏକ ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପିୟୁଷ ଗୋଏଲଙ୍କ ସହ କଥା ହେବା ସମୟରେ ସେ ହସୁଛନ୍ତି ଆଉ ଏହାକୁ ନେଇ ଲୋକମାନେ ଟ୍ରୋଲ କରିଛନ୍ତି।