No Muharram procession: ଏଥର ହେବନି ମହରମ ଶୋଭାଯାତ୍ରା, ଶାନ୍ତି କମିଟି ବୈଠକରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
Fri, 21 Jul 2023-7:27 pm,
No Muharram procession to be allowed in Sambalpur town for a year । ଏଥର ହେବ ନାହିଁ ମହରମ ଶୋଭାଯାତ୍ରା |ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଶାନ୍ତି କମିଟି ବୈଠକ ରେ ଏହା ନିଷ୍ପତ୍ତି ନିଆଯାଇଛି |ଗୋଟିଏ ବର୍ଷ ପାଇଁ ମହରମ ଓ ହନୁମାନ ଜନ୍ମ ଜୟନ୍ତୀ ଶୋଭାଯାତ୍ରା ଉପରେ ରୋକ ଲଗାଇଛି ସମ୍ବଲପୁର ଜିଲ୍ଲା ପ୍ରଶାସନ |ଗତ ହନୁମାନ ଜନ୍ମ ଜୟନ୍ତୀ ଅବସର ରେ ହୋଇଥିବା ଅବାଭନୀୟ ପରିସ୍ଥିତି ଦୃଷ୍ଟି ରୁ ଏହା ଉପରେ ଏଭଳି ରୋକ ଲଗାଯାଇ ନିଷ୍ପତ୍ତି ନିଆଯାଇଛି |ସମସ୍ତ ମହରମ ଶାନ୍ତି କମିଟି ସହ ଆଲୋଚନା କରାଯାଇ କୁହାଯାଇଛି ଯେ ସମସ୍ତେ ନିଜ ନିଜ ଅଂଚଳ ରେ ତାଜିଆ ବାହାର କରିବେ ଓ ସେଇଠାରେ ହିଁ ପର୍ବ ପାଳନ ହେବ