Weather Report: ମୌସୁମୀ ଛାଡ଼ିବାକୁ ପାଗ ଅନୁକୂଳ, ୩୫ ଡିଗ୍ରୀ ଉପରେ ୧୬ ସହର ତାପମାତ୍ରା

Rashmita Sahoo Sat, 12 Oct 2024-7:13 pm,

ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ଛାଡ଼ିବାକୁ ଏବେ ପାଗ ଅନୁକୂଳ ରହିଛି। ଯଦି ସବୁ କିଛି ଠିକ୍‌ ଠାକ୍‌ ଚାଲେ ତାହା ହେଲେ ଆସନ୍ତା ଦୁଇଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରୁ ମୌସୁମୀ ଅପସାରଣ କରିବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆହୁରି କୁହାଯାଇଛି ଯେ ଏବେ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି। ଗତ କିଛି ଦିନ ଧରି ବର୍ଷା ପରିମାଣ ଯଥେଷ୍ଟ କମ୍‌ ରହିବା ସହ ଆକାଶ ମେଘମୁକ୍ତ ରହୁଛି। ଦିନର ତାପମାତ୍ରା ବୃଦ୍ଧି ପାଉଛି। କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଅଧିକ ରହୁଛି। ଯାହାକି ମୌସୁମୀ ଓଡ଼ିଶା ଛାଡ଼ିବାକୁ ପାଗ ସମ୍ପୂର୍ଣ୍ଣ ଅନୁକୂଳ କରୁଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link