Mamata Nanda Video: ହଇଚଇ କରିଦେଲା ମନୋଜ ମିଶ୍ରଙ୍କ ୨ୟ ପତ୍ନୀ ମମତାଙ୍କ ଏହି ଭିଡିଓ

Rashmita Sahoo Sun, 08 Sep 2024-8:24 am,

ଅଭିନେତାରୁ ନେତା ପାଲଟିଥିବା ମନୋଜ ମିଶ୍ର ପୁଣି ଚର୍ଚ୍ଚାରେ ରହିଛନ୍ତି । ଏଥର ବୃତ୍ତିଗତ କାରଣରୁ ନୁହେଁ ବରଂ ବ୍ୟକ୍ତିଗତ କାରଣରୁ ଶିରୋନାମାରେ ରହିଛନ୍ତି ଅଭିନେତା । ମନୋଜ ମିଶ୍ର ବର୍ତ୍ତମାନ ଦ୍ୱିତୀୟ ବିବାହ କରିଛନ୍ତି । ସେ ତାଙ୍କ ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ମମତା ନନ୍ଦଙ୍କୁ ସାତ ଜନ୍ମର ସାଥୀ କରିଛନ୍ତି । ଉଭୟ ବର୍ତ୍ତମାନ ସୋସିଆଲ ମିଡିଆରେ ନିଜର ବିବାହର ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି । ଯାହା ଏବେ ଖୁବ ଭାଇରାଲ ହେଉଥିବା ବେଳେ ଉଭୟଙ୍କୁ ଫ୍ୟାନ୍ସ ସମେତ ସେଲିବ୍ରିଟି ତାଙ୍କୁ ଶୁଭକାମନା ଜଣାଇଛନ୍ତି । ସେପଟେ ମନୋଜ ମିଶ୍ରଙ୍କୁ କେତେ ଭଲ ପାଆନ୍ତି ଦ୍ୱିତୀୟ ପତ୍ନୀ ମମତା ନନ୍ଦ, ଏକ ରିଲ୍ସ ମାଧ୍ୟମରେ ସେ ଜଣାଇଛନ୍ତି। ବିବାହର କିଛି ସମୟ ପରେ ସେ ନିଜେ ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି।    

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link