Tunnel Labour: ନିଜ ଜନ୍ମମାଟିକୁ ଫେରିଲେ ଦୀର୍ଘ ୧୭ଦିନ ପରେ ଟନେଲରୁ ଉଦ୍ଧାର ଓଡ଼ିଆ ଶ୍ରମିକ

Sun, 03 Dec 2023-3:39 pm,

ଦୀର୍ଘ ୧୭ଦିନ ପରେ ଟନେଲ ରୁ ଉଦ୍ଧାର ଶ୍ରମିକ ବାହୁଡ଼ିଲେ ନିଜ ଜନ୍ମ ମାଟିକୁ। ଆଉ ପହଞ୍ଚିଲା ପରେ କରାଯାଇଛି ବ୍ୟାପକ ସ୍ବାଗତ ସମ୍ବର୍ଦ୍ଧନା। ଦୀର୍ଘ ସତର ଦିନ ଟନେଲ ଭିତରେ ଜୀବନ ମୃତ୍ୟୁ ସହିତ ସଂଘର୍ଷ କରୁଥିଲେ ଶ୍ରମିକ ମାନେ ,କେବେ ଟନେଲ ଭିତରୁ ଉଦ୍ଧାର ହେବେ ତାହା ବି ଜଣା ନ ଥିଲା।ଶ୍ରମିକ ଙ୍କ ପରିବାର ଲୋକ ଥିଲେ ଦୁଃଖ ଆଉ ମାନସିକ ଚାପ ରେ । ଶେଷରେ ସତର ଦିନ ପରେ ମୃତ୍ୟୁ ର ଟନେଲ ଭିତରୁ ବାହାରିଲେ ଶ୍ରମିକ। ତାଙ୍କର ଜନ୍ମ ମାଟି କୁ ଫେରିଛନ୍ତି। ସ୍ତ୍ରୀ ଅପେକ୍ଷା କରି ରହିଥିଲା କେତେବେଳେ ପରିବାର କୁ ଫେରିବେ ସ୍ଵାମୀ,ଆଉ ମା ଅପେକ୍ଷା କରିଥିଲେ ପୁଅ କୁ,ଶେଷରେ ସବୁ ଅପେକ୍ଷା ର ଅନ୍ତ ଘଟିଲା,ଶ୍ରମିକ ମାନେ ଘରକୁ ଫେରିଲା ପରେ ପାରମ୍ପରିକ ଗ୍ରାମୀଣ ରୀତି ନୀତି ଅନୁସାରେ ହଳଦୀ ପାଣି ରେ ଗୋଡ଼ ଧୋଇ,ବନ୍ଦାପନା କରି କରାଗଲା ସ୍ବାଗତ।ଆଉ ଆତ୍ମହରା ହେଲେ ପରିବାର ଲୋକ।ଶେଷରେ ୧୭ଦିନର କଳା କାହାଣୀ ବାଖାଣିଲେ ଧୀରେନ ନାଏକ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link