Odisha Big News: ରାଜ୍ୟର ୫ ଟି ବଡ଼ ଖବର କେବଳ ଚୁଟକି ରେ...

ରଶ୍ମିତା ସାହୁ Fri, 18 Aug 2023-12:37 pm,

ଆଥଲେଟ୍ ଦୂତି ଚାନ୍ଦଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି। ଡୋପ୍ ଟେଷ୍ଟରେ ଫେଲ୍‌ ମାରିବା ପରେ ଦୂତୀଙ୍କ ଉପରେ ୪ ବର୍ଷର ବ୍ୟାନ୍ ଲାଗିଛି। କୌଣସି ଜାତୀୟ, ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିବେନି ଦୂତି। ସୁରକ୍ଷାକର୍ମୀଙ୍କ ଗୁଳି ମାଡ଼ରେ ୩ ଗୁରୁତର । ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା,ରାଜଗାଙ୍ଗପୁର ସାପ୍ତାହିକ ବଜାର ନିକଟରେ ଥିବା ଆଇ.ସି.ଆଇ.ସି.ଆଇ ବ୍ୟାଙ୍କ ନିକଟରେ। ରାଉରକେଲା ମୁଖ୍ୟ ବ୍ରାଞ୍ଚ ରୁ ଆସୁଥିବା ଜଣେ ସୁରକ୍ଷା କର୍ମୀ ଙ୍କ ଗୁଳି ମାଡ଼ରେ ୩ ଜଣ ଗୁରୁତର ହୋଇଛନ୍ତି । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଆହୁରି ଦୁଇ ଦିନ ବଡ଼ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ଆଗାମୀ ୩ ଘଣ୍ଟା ପାଇଁ ଟ୍ୱିନ୍‌ ସିଟି ସମେତ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link