Odisha Big News: ରାଜ୍ୟର ୫ ଟି ବଡ଼ ଖବର କେବଳ ଚୁଟକି ରେ...

ରଶ୍ମିତା ସାହୁ Sat, 19 Aug 2023-1:02 pm,

ଆଖି ବୁଜିଲେ ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ (Martyr Sushant Khuntia ) ମାଆ ସୁନ୍ଦରୀ ଖୁଣ୍ଟିଆ (Martyr Sushant Khuntia Mother Passes Away)। କଟକ ବଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ସୁନ୍ଦରୀ ଖୁଣ୍ଟିଆଙ୍କ ପରଲୋକ ହୋଇଛି। ପୁଅ ସହିଦ୍ ହେବା ପରେ ଅଧିକ ଅସୁସ୍ଥ ହୋଇପଡିଥିଲେ ସେ। ଏପରିକି ସେ ଖାଇବା ପିଇବା ମଧ୍ୟ ଛାଡିଦେଇଥିଲେ। ସେଥିପାଇଁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଭର୍ତ୍ତୀ କରାଯାଇଥିଲା । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ଶୁକ୍ରବାର ଦିନ ଏସସିବି ମେଡିକାଲକୁ ଅଣାଯାଇଥିଲ। କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମର ଶରୀରକୁ ଆମ୍ବୁଲାନ୍ସ ଯୋଗେ ଅନ୍ତିମ ସଂସ୍କାର ପାଇଁ ନିଆଯାଇଥିବା ବେଳେ କଟକ ମେୟର ଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ବେଛାସେବୀ ମାନେ ଅନ୍ତିମ ଦର୍ଶନ କରିଛନ୍ତି । ସହିଦ ସୁଶାନ୍ତଙ୍କ ଘର କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ବୋଲି ଜଣାପଡିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link