Odisha Big News: ରାଜ୍ୟର ୫ ଟି ବଡ଼ ଖବର କେବଳ ଚୁଟକି ରେ...

ରଶ୍ମିତା ସାହୁ Mon, 28 Aug 2023-1:13 pm,

ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ନାରୀ ଶସକ୍ତିକରଣ ନାଁରେ ରାଜ୍ୟ ସରକାର ମିଶନ ଶକ୍ତି ମହିଳାଙ୍କୁ ବ୍ୟବହାର କରୁଛନ୍ତି। ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଜୟନ୍ତ ମହାପାତ୍ରଙ୍କ ଶେଷକୃତ୍ୟ । ସୋମବାର ଦିନ ୧୨ଟା ପର୍ଯ୍ୟନ୍ତ କବି ଶ୍ରୀ ମହାପାତ୍ରଙ୍କ ତିନିକୋଣିଆବଗିଚାସ୍ଥିତ ବାସଭବନରେ ମରଶରୀରକୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ରଖାଯିବ। ପରେ ଗାର୍ଡ଼ ଅଫ୍‌ ଅନର୍‌ ପ୍ରଦାନ କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବ। ରାଜ୍ୟରେ ପୁଣି ବର୍ଷା ସମ୍ଭାବନା । ମୌସୁମୀଜନିତ ନିମ୍ନଚାପ ରେଖାର ପଶ୍ଚିମ ଭାଗ ହିମାଳୟର ପାଦଦେଶରେ ଅବସ୍ଥାନ କରୁଥିବା ବେଳେ ଏହାର ପୂର୍ବଭାଗ ଗୋରଖପୁର, ଦରଭଙ୍ଗା, ବାଲୁର୍‌ଘାଟରୁ ମଣିପୁର ଆଡ଼କୁ ଲମ୍ବିଛି । ଫଳରେ ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link