Samalei Project: ଲୋକାର୍ପଣ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ସମଲେଇ ପ୍ରକଳ୍ପ

Sat, 27 Jan 2024-6:13 pm,

ଆଜି ମହା ଆଡମ୍ବର ସହକାରେ ଲୋକାର୍ପଣ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ବପ୍ନ ର ସମଲେଇ ପ୍ରକଳ୍ପ|ନିଜେ ମୁଖ୍ୟମନ୍ତ୍ରୀ ଆଜି ସମ୍ବଲପୁର ଗସ୍ତ ରେ ଆସି ସମଲେଶ୍ୱରୀ ପ୍ରକଳ୍ପ ର ରୂପାନ୍ତରିତ କାର୍ଯ୍ୟକ୍ରମ ରେ ଯୋଗ ଦେଇ ପରିସରରେ ଥିବା ବିଭିନ୍ନ ସ୍ଥାନ ବୁଲିଥିଲେ| ପ୍ରଥମେ ମା ସମଲେଶ୍ୱରୀ ଙ୍କ ଦର୍ଶନ କରି ଯଜ୍ଞ ମଣ୍ଡପ ରେ କିଛି ସମୟ ରହିଥିଲେ | ତା ପରେ ଯଜ୍ଞ ମଣ୍ଡପ ରୁ ମହାନଦୀ ଆଳତି ଘାଟ ମିଶନ ଶକ୍ତି ମହିଳା ଙ୍କ ସହ ଭେଟ ହୋଇଥିଲେ |ତା ପରେ ମଞ୍ଚ କୁ ଆସି ସାତ ଜଣ ପଦ୍ମଶ୍ରୀ ଙ୍କ ସହ ସାକ୍ଷାତ କରିଥିଲେ | ନିମନ୍ତ୍ରିତ ଅତିଥି ମାନେ ମଧ୍ୟ ଏଭଳି ଏକ ତୀର୍ଥ କ୍ଷେତ୍ର ରେ ମା ସମଲେଶ୍ୱରୀ ଙ୍କ ଦର୍ଶନ ସହ ଏହାର କାୟାକଳ୍ପ ବୃଦ୍ଧି କୁ ନେଇ ଖୁସି ବ୍ୟକ୍ତ କରିଛନ୍ତି |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link