Weather Report: ମାଡ଼ି ଆସୁଛି ଥଣ୍ଡା, ତିନି ଜିଲ୍ଲାକୁ ଘନ କୁହୁଡ଼ି ନେଇ ସତର୍କ କରାଇଲା ବିଭାଗ
ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ଘୂର୍ଣ୍ଣିବଳୟଟି ୨୩ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଉତ୍ତର-ଉତ୍ତରପଶ୍ଚିମ ମୁହାଁ ହୋଇ ଏହା ଅବପାତରେ ପରିଣତ ହୋଇପାରେ । ପ୍ରଭାବରେ ତାମିଲନାଡ଼ୁ ଓ ଶୀଲଙ୍କା ପାଖାପାଖି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ଲଘୁଚାପରେ ପରିଣତ ହେବା ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି । ଓଡ଼ିଶା ଉପରେ ଏହାର ସିଧା ସଳଖ ପ୍ରଭାବ ପଡିବ ନାହିଁ କିନ୍ତୁ ୨୭ ଏବଂ ୨୮ ନଭେମ୍ୱରରେ କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି ।