Weather Report: କମିବ ଶୀତର ପ୍ରକୋପ, ବୃଦ୍ଧି ପାଇବ ରାତି ତାପମାତ୍ରା

Rashmita Sahoo Jan 06, 2025, 15:39 PM IST

Odisha Weather Report: କମିବ ଦିନ ତାପମାତ୍ରା । ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ରାତି ତାପମାତ୍ରା । ଏହାଦ୍ବାରା ଶୀତର ପ୍ରକୋପ ସମାନ୍ୟ କମିପାରେ। ତେବେ ଏହି ସମୟରେ ଅନୁଗୁଳ,ଢେଙ୍କାନାଳ, ଯାଜପୁର, କଟକ , ଖୋର୍ଦ୍ଧା, ଗଜପତି, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତ ୨୪ ଘଣ୍ଟାରେ ଘୁ. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ର ୫ ଡିଗ୍ରୀ ରେକର୍ଡ କରାଯାଇଛି। ସିମିଲିଗୁଡ଼ାରେ ୫.୯, ଫୁଲବାଣୀରେ ୮, ଦାରିଙ୍ଗବାଡ଼ିରେ ୮.୫, କୋରାପୁଟରେ ୯.୪ ଓ ରାଉରକେଲାରେ ୯.୫ ଡିଗ୍ରୀ ରେକର୍ଡ କରାଯାଇଛି। ଭୁନେଶ୍ବର ତାପମାତ୍ରା ଗତକାଲି ତୁଳନାରେ ୧.୩ ଡିଗ୍ରୀ ହ୍ରାସ ପାଇଛି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link