Weather Report: ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ଏହି ସବୁ ଜିଲ୍ଲାରେ ବର୍ଷା ଆଶଙ୍କା! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..

ପ୍ରିୟମ୍ବଦା ରଣା Thu, 04 Jan 2024-8:36 pm,

Weather Update: ରାଜ୍ୟରେ ଆଉ ଦୁଇ ଦିନ ଘନ କୁହୁଡି(heavy fog)ଦୃଶ୍ୟମାନ ହେବ। ଗୁରୁବାର ଓ ଶୁକ୍ରବାର ଆଭ୍ୟନ୍ତରୀଣ ଓଡି଼ଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ କୁହୁଡି ଦେଖାଦେବ ବୋଲି ଆଂଚଳିକ ପାଣିପାଗ ବିଭାଗ (Bhubaneswar Meteorological Centre)ପୂର୍ବାନୁମାନ କରିଛି। ଗୁରୁବାର ଅର୍ଥାତ୍ ଆଜି ଅନୁଗୋଳ, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ,କଟକ, ନୟାଗଡ,ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ତି, ରାୟଗଡା, କୋରାପୁଟ୍, ସୋନପୁର, ବଲାଙ୍ଗୀର, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ କିଛି ସ୍ଥାନରେ କୁହୁଡି଼ ଦୃଶ୍ୟମାନ ହେବ। ୫ ତାରିଖରେ ବରଗଡ,ସମ୍ବଲପୁର, ଝାରସୁଗୁଡା,ସମ୍ବଲପୁର, ଦେବଗଡ, କେନ୍ଦୁଝର, ଦେବଗଡ ଓ ମୟୁରଭଂଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବାନ ରହିଛି। କିନ୍ତୁ ରାଜ୍ୟର ବାକି ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link