Prakruti Mishra: ଦୀପାବଳି କେମିତି ପାଳିଥିଲେ ପ୍ରକୃତି, ଭିଡିଓ କଲେ ସେୟାର
Prakruti Mishra: ଆଲୋକର ପର୍ବ ଦୀପାବଳି ଶେଷ ହୋଇଛି । ଆର ବର୍ଷକୁ ସମସ୍ତେ ଅପେକ୍ଷା କରିଛନ୍ତି । ତେବେ ଏହି ପର୍ବକୁ ଆମେ ଦେଶବାସୀ ଖୁବ ଧୁମଧାମରେ ପାଳନ କରିଥାନ୍ତି। ଆଉ ଏହି ସେଲିବ୍ରେସନକୁ ନିଜ ଫୋନ କିମ୍ବା କ୍ୟାମେରାରେ କଏଦ କରିଥାନ୍ତି। ତେବେ ଓଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ଦୀପାବଳି ପର୍ବକୁ ଖୁବ ଧୁମଧାମରେ ପାଳନ କରିଛନ୍ତି। ଆଉ ଏହାର ଭିଡିଓ ସେ ନିଜ ଇନଷ୍ଟାଗ୍ରାମ ପେଜ୍ ରେ ସେୟାର କରିଛନ୍ତି। କ୍ଲବ କିମ୍ବା ଖୋଲା ପେଣ୍ଡାଲରେ ନିଜ ଫ୍ରେଣ୍ଡ ସର୍କଲ ସହ ଖୁବ ମଜା ମସ୍ତି କରିଛନ୍ତି ପ୍ରକୃତି ମିଶ୍ର।