Varsha Priyadarshini: ଏମିତି ଢଙ୍ଗରେ ନବମୀ ପୂଜା କଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

Rashmita Sahoo Sat, 12 Oct 2024-8:13 pm,

Varsha Priyadarshini: ଦୁର୍ଗା ପୂଜା ଆଶ୍ୱିନ ମାସରେ ହିନ୍ଦୁମାନେ ପାଳନ କରୁଥିବା ଏକ ଉତ୍ସବ । ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ । ମହାଳୟାଠାରୁ ପ୍ରକୃତ ଦୁର୍ଗାପୂଜା ଆରମ୍ଭ ହୁଏ । କାରଣ ଏହି ଦିନଠାରୁ ଦୁର୍ଗାପୂଜା ମଧ୍ୟରେ ୧୦ ଦିନ ସମୟ ରହିଥାଏ, ଯାହା ପୁରାଣ ଶାସ୍ତ୍ରରେ ଦଶହରା ବୋଲି କୁହାଯାଇଛି । ପ୍ରକୃତ ପୂଜାବିଧି ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଦେଖିବାକୁ ମିଳେ । ତେବେ ଆଜି ହେଉଛି ମହାନବମୀ ପୂଜା। ତେଣୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନବୀମୀ ପୂଜା ଅତି ଧୁମଧାମରେ ପାଳନ କରିଛନ୍ତି। ଭୁବନେଶ୍ୱର କି କଟକ ନୁହେଁ ବରଂ ଯାଜପୁରର ବଡ଼ଚଣାରେ ସେ ନବମୀ ପୂଜା କରି ଭିଡିଓ ସେୟାର କରିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link