President Visit: ଆସୁଛନ୍ତି ରାଷ୍ଟ୍ରପତି, ସଜେଇ ହେଉଛି ବନ୍ଦର ନଗରୀ ପାରାଦୀପ
ଜଗତସିଂହପୁର ଜିଲ୍ଲା ପାରାଦୀପ କୁ ପ୍ରଥମ କରି ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଏନେଇ ପାରାଦୀପ ଉତ୍ସାହିତ, ବନ୍ଦର କର୍ମଚାରୀ, ଆଉ ବନ୍ଦର ନଗରୀ ବାସିନ୍ଦା ବି ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି।କାରଣ ଆଉ ଦିନକ ପରେ ପାରାଦୀପ ରେ ପହଞ୍ଚିବେ ଦେଶର ପ୍ରଥମ ନାଗରିକ । ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ପ୍ରତି ବର୍ଷ ବନ୍ଦର ପାଳୁଥିବା ତାର ବନ୍ଦର ଦିବସ ତଥା ବୋଇତ ବନ୍ଦାଣ ଉତ୍ସବ, ଚଳିତ ବର୍ଷ ହୋଇ ଉଠିବ ଆହୁରି ଜୀବନ୍ତ। ଯୋଗ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।