Radhika Anant Wedding: ସାତଜନ୍ମର ସାଥି ହେବା ପୂର୍ବରୁ ସାଥି ହୋଇ ଅନ୍ନ ପରଷିଲେ ରାଧିକା-ଅନନ୍ତ

Thu, 29 Feb 2024-7:52 pm,

ବାଇବ୍ରେଣ୍ଟ ସମ୍ମିଳନୀରେ ରିଲାଏନ୍ସକୁ ଗୁଜରାଟୀ କମ୍ପାନୀ ବୋଲି ଖୋଲାଖୋଲି ଭାବେ କହିବା ପରେ ଦେଶର ବୃହତ୍ତମ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଗୁଜୁରାଟୀ ଶୈଳୀ ସାମ୍ନାକୁ ଆସିଛି। ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବରୁ ମୁକେଶ ଅମ୍ବାନୀ ନିଜ ହାତରେ ଲୋକଙ୍କୁ ଖାଦ୍ୟ ପରିବେଷଣ କରିଥିଲେ ଏବଂ ଖାଦ୍ୟ ସେବାରେ ଭାଗ ନେଇଥିଲେ। ଏହି ସମୟ ମଧ୍ୟରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମଧ୍ୟ ଉପସ୍ଥିତ ଥିଲେ ଏବଂ ଖାଦ୍ୟ ପରଷି ଥିଲେ। ଦୁହେଁ ଯୋଗବଡ ଗାଁର ଲୋକଙ୍କୁ ଖାଦ୍ୟ ପରିବେଷଣ କରି ଅଭିବାଦନ ଜଣାଇଥିଲେ। 'ଜୟ ଶ୍ରୀକ୍ରିଷ୍ଣା ଏବଂ କେମ୍ ଛୋ କହି' ଅନନ୍ତ ଅମ୍ବାନୀ ମଧ୍ୟ ସେମାନଙ୍କ ମଙ୍ଗଳ ବିଷୟରେ ପଚାରି ବୁଝିଥିଲେ। ଅମ୍ବାନୀ ପରିବାର ପକ୍ଷରୁ ଜାମନଗରର ରିଲାଏନ୍ସ ଟାଉନସିପ ନିକଟ ଯୋଗବଡ ଗ୍ରାମରେ ଲୋକଙ୍କୁ ଗୁଜୁରାଟୀ ଖାଦ୍ୟ ଦିଆଯାଇଥିଲା। କେବଳ ଏତିକି ନୁହେଁ, ଏହି ସମୟ ମଧ୍ୟରେ ମୁକେଶ ଅମ୍ବାନୀଙ୍କୁ ଗୁଜରାଟୀ ଶୈଳୀ ବା ବେଶଭୂଷା ରେ ମଧ୍ୟ ଦେଖିବାକୁ ମିଳିଥିଲା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link