Raghav Parineeti Video: ହାଇ ସିକ୍ୟୁରିଟି ପରେ ବି ଭାଇରାଲ ହେଲା ରାଘବ-ପରିଣୀତିଙ୍କ ସଙ୍ଗୀତ୍ ଭିଡିଓ

ରଶ୍ମିତା ସାହୁ Sun, 24 Sep 2023-1:26 pm,

ଆଜି ବଲିଉଡ଼ ଅଭିନେତ୍ରୀ ପରିଣିତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଡ୍ଡାଙ୍କ ବାହାଘର । ଏହି ସେଲିବ୍ରେଟିଙ୍କ ବିବାହ ନେଇ ସଜେଇ ହୋଇଛି ରାଜସ୍ଥାନ ଉଦୟପୁରର ଲିଲା ପ୍ୟାଲେସ୍ । ଶନିବାର ଦିନ ଏହି ଲବ୍ ବାର୍ଡଙ୍କର ହଳଦୀ ଓ ମେହେନ୍ଦୀ ରଶମ ଶେଷ ହୋଇଥିବା ବେଳେ ଆଜି ସେମାନଙ୍କ ବାହାଘର ହେବ। ପଞ୍ଜାବୀ ରୀତିନୀତି ଅନୁସାରେ ସେମାନଙ୍କ ବାହାଘର ହେବ ବୋଲି ଜଣାପଡିଛି। ଏନେଇ ଉଭୟଙ୍କ ପରିବାର ସଦସ୍ୟ ଲିଲା ପ୍ୟାଲେସରେ ବି ପହଞ୍ଚି ସାରିଛନ୍ତି । ଏପରିକି ବିବାହରେ ଯୋଗ ଦେବାକୁ ଥିବା ଅତିଥିମାନେ ମଧ୍ୟ ସେଠାରେ ପହଞ୍ଚି ସାରିଛନ୍ତି । ତେବେ ହାଇ ସିକ୍ୟୁରିଟି ସତ୍ତ୍ୱେ ଏବେ ସଙ୍ଗୀତ ସମୟର ଭିଡିଓ ଓ ଫଟୋ ଭାଇରାଲ ହେବାରେ ଲାଗିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link