Suhani Bhatnagar: ‘ଦଙ୍ଗଲ’ ଅଭିନେତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ କହିଲେ ବାପା

Sun, 18 Feb 2024-7:39 pm,

ଅମୀର ଖାନ୍‌ଙ୍କ ଚଳଚ୍ଚିତ୍ର ‘ଦଙ୍ଗଲ’ରେ ‌ବବିତା ଫୋଗଟ୍‌ଙ୍କ ‌ପିଲା ବେଳ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୁହାନୀ ଭଟନଗରଙ୍କ ୧୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ଝିଅ ସୁହାନୀଙ୍କ ମୃତ୍ୟୁ ଖବରକୁ ନେଇ ବାପା ସୁମିତ ଭଟନଗର ଗଣମାଧ୍ୟମ ସାମ୍ନାରେ ମୁହଁ କହିଛନ୍ତି,‘ ସେ କହିଛନ୍ତି ଯେ, ମୋ ଝିଅ ଡ‌ର୍ମେଟୋ-ମାୟୋ-ସାଇଟିସରେ ପୀଡ଼ିତ ଥିଲା। ଏହା ଏକ ପ୍ରକାର ଚର୍ମରୋଗ। ଏହି ରୋଗ ଥିଲେ ଚର୍ମ କୁଣ୍ଡେଇ ହୋଇଥାଏ। ଧୀରେଧୀରେ ଏହା ମାଂସପେଶୀକୁ ଦୁର୍ବଳ କରି ଦେଇଥାଏ। ଦୁଇମାସ ପୂର୍ବରୁ ଝିଅ ହାତରେ ଲାଲ ରଙ୍ଗର କ’ଣ ସବୁ ଫଳି ଯାଇଥିଲା। ଆମେ ସଂକ୍ରମଣ ହୋଇଛି ଭାବି ଅନେକ ହସ୍ପିଟାଲରେ ଦେଖାଇ ଥିଲୁ ବିଭିନ୍ନ ପ୍ରକାର ପରୀକ୍ଷା କରାଯାଇଥିଲେ ହେଁ କିଛି ସ୍ପଷ୍ଟ ଜଣାପଡ଼ି ନଥିଲା। ଧୀରେଧୀରେ ସୁହାନୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଥିଲା। ଚିକିତ୍ସା ସତ୍ତ୍ବେ ବି ସ୍ବାସ୍ଥ୍ୟାରେ କୌଣସି ଉନ୍ନତି ଆସି ନଥିଲା। ଏମିତି କି ତାର ଫୁସଫୁସ ବି ଆକ୍ରାନ୍ତ ହୋଇଯାଇଥିଲା ବୋଲି କହିଛନ୍ତି ସୁହାନୀଙ୍କ ବାପା। ଫେବ୍ରୁଆରି ୭ ତାରିଖରେ ସୁହାନୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଗତକାଲି ଅର୍ଥାତ୍ ଫେବ୍ରୁଆରି ୧୬ ତାରିଖରେ ତାଙ୍କ ଝିଅ ସବୁଦିନ ପାଇଁ ତାଙ୍କୁ ଛାଡ଼ି ଚାଲିଗଲା ବୋଲି କହିଛନ୍ତି ସୁହାନୀଙ୍କ ବାପା ସୁମିତ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link