ପୁଅର ମୃତ୍ୟୁକୁ ସହ୍ୟ କରିପାରୁନି ମା, ଫେରିପାଇବାକୁ ଚାଲିଛି ପୂଜାର୍ଚ୍ଚନା

ରଶ୍ମିତା ସାହୁ Sep 04, 2023, 14:58 PM IST

ଅନ୍ଧବିଶ୍ବାସ ର ବଶବର୍ତ୍ତୀ ହୋଇ ମୃତ ପିଲା କୁ ଜୀବତ କରିବା ପାଇଁ ଠାକୁରାଣୀ ଙ୍କ ନିକଟରେ ପୂଜାର୍ଚ୍ଚନା କଲେ ପରିବାର ଲୋକେ , ଯାହାର ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି, ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଝାଡପିମ୍ପଳ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ,ସୂଚନା ଅନୁଯାୟୀ ଝାଡପିମ୍ପଳ ଗ୍ରାମର ତ୍ରୀପାନ ଦଣ୍ତପାଟ ଙ୍କ ପୁଅ 14 ବର୍ଷ ର ନାବାଳକ ପୂତ୍ର ଜୀବନ ଗତକାଲି ଘର ନିକଟରେ ଥିବା ଏକ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ, ମାତ୍ର ଗୋଧୋଇବା ପରେ ସେ ଘରକୁ ଫେରି ନଥିଲେ, ତାଙ୍କ ଭାଇ ଖୋଜାଖୋଜି କରିବା ପରେ ଜୀବନ ସଜ୍ଞାହୀନ ଅବସ୍ଥାରେ ପୋଖରୀ ରେ ଭାସୁଥିବା ର ଦେଖି ପାଟି କରିବାରୁ ଗ୍ରାମବାସୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର କୁ ନେଇଥିଲେ, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ, ପୋଖରୀ ର ମାଲିକ ସେଠାରେ ବିଦ୍ଯୁତ ସଂଯୋଗ କରିଥିବାରୁ ବିଦ୍ଯୁତ ସଂଷ୍ପର୍ଶରେ ଆସି ଜୀବନ ଙ୍କ ମୃତ୍ଯୁ ହୋଇଥିବା ଜଣା ପଡିବା ପରେ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବି ରେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିଲେ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link