Sura Routray: ପୁଅ ମନ୍ମଥଙ୍କ ଉପରେ କଂଗ୍ରେସର ଆକ୍ସନ ପରେ ପ୍ରତିକ୍ରିୟା ରଖିଲେ ବିଧାୟକ ସୁର ରାଉତରାୟ

ରଶ୍ମିତା ସାହୁ Fri, 08 Sep 2023-3:00 pm,

ମନ୍ମଥ ରାଉତରାୟଙ୍କ ସସପେଣ୍ଡକୁ ନେଇ ପ୍ରତିକ୍ରିୟା ରଖିଲେ ଜଟଣୀ ବିଧାୟକ ସୁର ରାଉତରାୟ । କହିଲେ, ସେ ଆଗରୁ କହିଛନ୍ତି ଏବେବି କହୁଛନ୍ତି ତାଙ୍କ ସାନ ପୁଅ ମନ୍ମଥ ୨୦୨୪ରେ ଜଟଣୀରୁ ନିର୍ବାଚନ ଲଢ଼ିବ । କଂଗ୍ରେସରୁ ଦଳରୁ ନିଲମ୍ବିତ ପାଇଁ ସେ ଦୁଃଖିତ । ଦଳର ଶୃଙ୍ଖଳା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି ।ସେପଟେ, ନିଲମ୍ବନ ପରେ କନକ ନ୍ୟୁଜକୁ ମନ୍ମଥଙ୍କ ପ୍ରତିକ୍ରିୟା । କହିଲେ ଏ ନିଲମ୍ବନ ମୋତେ ଫରକ ପକାଇବନି । ମୁଁ ମୂଳରୁ ସଦସ୍ୟ ନଥିଲି, ନିଲମ୍ବନ ହେବି କ’ଣ ? ମୋତେ ନ ପଚାରି ମୋ ନାଁ ପିସିସି କମିଟିରେ ରଖାଯାଇଥିଲା । କଂଗ୍ରେସର ଖାମଖିଆଲି ନିଷ୍ପତ୍ତି ଦେଖି ହସ ଲାଗୁଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link