Cobra Snake Video: ଏହି ଦୋକାନରେ ମିଳୁଛି ନାଗ ସାପ ପକୋଡାକୁ, ସାପ ରକ୍ତର ଜୁସ୍, ଭିଡିଓ ଦେଖିଲେ...

Rashmita Sahoo Sat, 31 Aug 2024-4:13 pm,

ନିକଟରେ ଇଣ୍ଡୋନେସିଆର ଏକ ଭାଇରାଲ ଭିଡିଓ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଭିଡିଓରେ ଦେଖିବାକୁ ମିଳୁଛି ଏକ ଫୁଡ୍ ଷ୍ଟଲ୍ ଯେଉଁଠାରେ ନାଗସାପର ବିଭିନ୍ନ ପ୍ରକାରର ଡିସ୍ ବିକ୍ରି ହେଉଛି। ଶୁଣିବାକୁ ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସତ । ଭିଡିଓ ଦେଖିବା ପରେ ଆପଣ ନିଶ୍ଚିତ ହୋଇଯିବେ । ଏହି ଭାଇରାଲ ଭିଡିଓକୁ kaash_chaudhary ନାମକ ଜଣେ ୟୁଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଭିଡିଓରେ ୟୁଜର ଆକାଶ ଚୌଧୁରୀ ଦେଖାଇଛନ୍ତି ଯେ ଲୋକମାନେ କିପରି ଷ୍ଟଲକୁ କୋବ୍ରା ପକୋଡା ଓ ନାଗ ସାପର ଜୁସ୍ ପିଇବାକୁ ଆସନ୍ତି । ଖାଲି ସେତିକି ନୁହେଁ ଏଠାକାର ଲୋକ ବିଶ୍ୱାସ କରନ୍ତି ଯେ, ନାଗ ସାପ ର ରକ୍ତ ଜୁସ୍ ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ତ୍ୱଚାକୁ ଚିକ୍କଣ କରିଥାଏ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link