Konark Temple: ମିଳିଲାନି ଟିକେଟ, କୋଣାର୍କ ସୂର୍ଯ୍ୟ ମନ୍ଦିର ନବୁଲି ନିରାଶ ହେଲେ ପର୍ଯ୍ୟଟକ
Feb 25, 2024, 16:52 PM IST
ରବିବାର କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପର୍ଯ୍ୟଟକଙ୍କୁ ହଟହଟା ହେବାକୁ ପଡ଼ିଛି । ଅଧିକାଂଶ ପର୍ଯ୍ୟଟକ ମନ୍ଦିର ବୁଲି ନ ପାରି ନିରାଶ ହୋଇ ଫେରି ଯାଇଛନ୍ତି । ଏଏସ୍ଆଇର ଅବହେଳା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ ।
ସୂର୍ଯ୍ୟ ମନ୍ଦିରରେ ପର୍ଯ୍ୟାପ୍ତ ପରିମାଣରେ ଟିକେଟ ନମିଳିବାରୁ ଘଣ୍ଟା ଘଣ୍ଟା ଧରି ଟିକେଟ୍ କାଉଣ୍ଡର ବନ୍ଦ ହୋଇ ରହିଥିଲା । ଛୁଟି ଦିନ ଥିବାରୁ ଲମ୍ବିଥିଲା ପର୍ଯ୍ୟଟକଙ୍କ ଲମ୍ବା ଧାଡ଼ି । ମୁଖ୍ୟ ଦ୍ଵାର ବନ୍ଦ ରହିଥିବାରୁ ଅନଲାଇନ୍ ଟିକେଟ୍ କରିଥିଲେ ବି ପର୍ଯ୍ୟଟକ ଭିତରକୁ ଯାଇ ପାରି ନଥିଲେ । ଅସନ୍ତୋଷ ପ୍ରକାଶ କରି କେତେକ ପର୍ଯ୍ୟଟକ ନିରାଶ ହୋଇ ଫେରି ଯାଇଥିଲେ।