Tiger Menon: କରାଚିରେ ଆଇଏସଆଇ ସୁରକ୍ଷାରେ ରହୁଛି ଟାଇଗର ମେମନ, ସାମ୍ନାକୁ ଆସିଲା ପ୍ରଥମ ଫଟୋ

Fri, 22 Dec 2023-7:26 pm,

୧୯୯୩ ବମ୍ବେ ବ୍ଲାଷ୍ଟର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଟାଇଗର ମେମନ କରାଚୀରେ ରହୁଥିବ କଥା ନୁଆ ନୁହେଁ । ନୂଆ ହେଉଛି ଭାରତରୁ ଫେରାର ହେବାର ପ୍ରାୟ ୩୦ ବର୍ଷ ପରେ ପ୍ରଥମ ଥର ପାଇଁ ଟାଇଗର ମେମନର ଫଟୋ ସାମ୍ନାକୁ ଆସିଛି । ଏହା ସହିତ ତା’ର କରାଚୀ ସ୍ଥିତ ଘରର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଏକ ଜାତୀୟ ନ୍ୟୁଜ୍ ଚ୍ୟାନେଲ ଟାଇଗର ମେମନର ଫଟୋ ପାଇଥିବା ଦାବି କରିଛି । ଟାଇଗର କରାଚୀର ଡିଫେନ୍ସ କଲୋନୀରେ ରହୁଛି । ଡିଫେନ୍ସ କଲୋନିକୁ ପାକ୍ ସେନା ଡେଭଲପ୍ କରିଛି । ସୂଚନାଯୋଗ୍ୟ ଯେ, ଏନଆଇଏ ନିଜ ଡକ୍ୟୁମେଣ୍ଟରେ ପାକିସ୍ତାନରେ ଟାଇଗର ମେମୋନର ଦୁଇଟି ଠିକଣା ବାବଦରେ ଉଲ୍ଲେଖ କରିଛି । ଯେଉଁଥିରେ ପ୍ରଥମେ ହାଉସ ନଂ-୩୪ଏ, ଷ୍ଟ୍ରିଟ୍-୨୯, ଫେଜ-ପାଞ୍ଚ, ଡିଏଚଏ କରାଚି, ପାକିସ୍ତାନ । ବଙ୍ଗଳା ଚାରିପାଖରେ ସଶସ୍ତ୍ର ସୁରକ୍ଷା କର୍ମୀଙ୍କ ଦ୍ୱାରା ଜଗୁଆଳି ରହିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link