Vastu Laxmi: ବାସ୍ତୁ ନିୟମ ପାଳନ କଲେ ଘରକୁ ଆସିବେ ଲକ୍ଷ୍ମୀ,ଜାଣନ୍ତୁ କେଉଁଠି ରଖିବେ ଟ୍ରେଜେରୀ

ରଶ୍ମିତା ସାହୁ Sat, 21 Oct 2023-6:39 pm,

ଘରର ସୁଖସମୃଦ୍ଧିରେ ବାସ୍ତୁର ଭୂମିକା ମହତ୍ୱପୂର୍ଣ୍ଣ । ଯଦି ଦୈନନ୍ଦିନ ଜୀବନରେ ବାସ୍ତୁର କିଛି ନିୟମକୁ ମନା ଯାଏ ତେବେ ଜୀବନରେ ସୁଖଶାନ୍ତି ଆସିଥାଏ । ବାସ୍ତୁର ନିୟମ ପାଳନ ଦ୍ୱାରା ଘର ମଧ୍ଯକୁ ସକରାତ୍ମକ ଶକ୍ତିର ପ୍ରବାହ ହୋଇଥାଏ । ଯେଉଁମାନେ ପରିଶ୍ରମ ସତ୍ୱେ ଫଳ ପାଇନଥାନ୍ତି କିମ୍ବା ଧନ ଅର୍ଜନ କରିପାରିନଥାନ୍ତି ସେମାନେ ମଧ୍ଯ ବାସ୍ତୁ ନିୟମ ପାଳନ ଦ୍ୱାରା ନିଜ ଭାଗ୍ୟ ବଦଳାଇ ପାରିବେ । ଆସନ୍ତୁ ଆଜି ଜାଣିବା ବାସ୍ତୁ ନିୟମ ପାଳନ ଦ୍ୱାରା କେମିତି ଆପଣ ନିଜ ଭାଗ୍ୟ ଚମକାଇ ପାରିବେ । ଭଗବାନ କୁବେର ସମୃଦ୍ଧି ଓ ସମ୍ପଦର ପ୍ରତୀକ । ଘରରେ ଉତ୍ତର-ପୂର୍ବ ଦିଗରେ ଭଗବାନ କୁବେର ବାସ କରନ୍ତି । ଯଦି ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ୍ ଦେଉନାହିଁ ତେବେ ଉତ୍ତର ପୂର୍ବ ଦିଗରେ କୁବେର ଯନ୍ତ୍ର ସ୍ଥାପନ କରନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକିବ । କୁବେର ଯନ୍ତ୍ର ସ୍ଥାପନ ସହିତ ଘରର ଉତ୍ତର-ପୂର୍ବ ଦିଗରେ କୌଣସି ଭାରି ସାମଗ୍ରୀ ରଖନ୍ତୁ ନାହିଁ । ଜୋତା ଷ୍ଟାଣ୍ଡ୍ ମଧ୍ଯ ଏହି ଦିଗରେ ରଖନ୍ତୁ ନାହିଁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link