Viral Video: ଚଳନ୍ତା କାର ଛାତ ଉପରେ ଚଢି ସିଗାରେଟ ଟାଣୁଥିଲେ ଯୁବକ, ଭିଡିଓ ଭାଇରାଲ
ଜଣେ ଯୁହକ ଚଳନ୍ତା କାର ଛାତ ଉପରେ ଠିଆ ହୋଇ ସିଗାରେଟ ଟାଣୁଥିବାର ଭିଡିଓ ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ବିମାନବନ୍ଦର ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ଦ୍ୱାରା ସୁଟିଂ କରାଯାଇଥିଲା ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅପଲୋଡ୍ କରାଯାଇଥିଲା, ଯାହା ପରେ ପୋଲିସ୍ ଏ ବିଷୟରେ ଜାଣିପାରିଥିଲା। ଭୋପାଳ ଗାନ୍ଧୀ ନଗର ପୋଲିସ ଷ୍ଟେସନ ହାଉସ ଅଫିସର (SHO) ପ୍ରବୀଣ ତ୍ରିପାଠୀ କହିଛନ୍ତି ଯେ ଗୁରୁବାର ତାଙ୍କୁ ଏକ ଭିଡିଓ ମିଳିଥିଲା, ଯେଉଁଥିରେ ଜଣେ ବ୍ୟକ୍ତି ସେଡାନ କାର ଛାତ ଉପରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା । ସେ ହାତରେ ସିଗାରେଟ୍ ଧରି ପୋଜ୍ ଦେଉଥିଲେ। କାର ଭିତରେ ଅନ୍ୟ କେତେଜଣ ବ୍ୟକ୍ତି ମଧ୍ୟ ବସିଥିଲେ। ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କହିଛନ୍ତି ଏସଏଚଓ।