Viral Video: ରାଜପଥରେ ଯମରାଜ, ବାଛିବାଛି ନେଉଛନ୍ତି ଜୀବନ; ଭାଇରାଲ ହେଉଛି ଭିଡିଓ

Prabhudatta Moharana Wed, 28 Aug 2024-8:53 pm,

Viral Video: ରାଜରାସ୍ତାରେ ଯମରାଜ। ବାଛି ବାଛି ନେଉଛନ୍ତି ଜୀବନ। ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡି଼ଆରେ ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ ଭିଡିଓରେ ଯମରାଜ ବେଶ ଧରିଥିବା ଜଣେ ଯୁବକ ସରକାରଙ୍କୁ ନିଆରା ଶୈଳୀରେ ସମାଲୋଚନା କରିଛନ୍ତି। ରାସ୍ତାରେ ଥିବା ବଡ଼ ବଡ଼ ଖାଲଖମାକୁ ଦର୍ଶାଇ ସେ ସରକାରଙ୍କୁ ସମାଲୋଚନା କରିଛନ୍ତି। ଏହି ଖାଲଖମାକୁ ଯିଏ ଡେଇଁ ପାର କରିପାରିଲା ତାକୁ ଯମରାଜ ଛାଡୁଛନ୍ତି। ଆଉ ଯିଏ ଡେଇଁ ନ ପାରିଲା ତାକୁ ମୃତ୍ୟୁ ଦଣ୍ଡ ଦେଉଛନ୍ତି। ଏଭଳି ଏକ କୌତୂହଳପୂର୍ଣ୍ଣ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି କର୍ଣ୍ଣାଟକର ଉଡୁପି ଅଞ୍ଚଳର ବୋଲି କୁହାଯାଉଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link