VK Pandian: ପାରାଦୀପରେ ଭିକେ ପାଣ୍ଡିଆନ, ରାଲି ଦେଖିବାକୁ ସମର୍ଥକଙ୍କ ସହ ଜନତାଙ୍କ ଜନସମୁଦ୍ର

Fri, 24 May 2024-2:00 pm,

ଆସନ୍ତା ୨୫ ତାରିଖରେ ରାଜ୍ୟରେ ୩ୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ୪ର୍ଥ ପର୍ଯ୍ୟାୟ ଜୁନ୍ ୧ତାରିଖକୁ ପାରାଦୀପ ରହିଛି। ଏହି ପରିପ୍ରେକ୍ଷିରେ ଜଗତସିଂହପୁର ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମାରାଥନ ପ୍ରଚାର କରିଥିବା ବେଳେ ପାରାଦୀପ ବିଜୁ ମଇଦାନରେ ଆୟୋଜିତ ଜନସଭାରେ ବହୁ ସଂଖ୍ୟାରେ କର୍ମୀ ଏବଂ ଜନସାଧାରଣ ଯୋଗଦେଇଥିଲେ। ପାଣ୍ଡିଆନ ଲୋକଙ୍କୁ ଉଦ୍‌‌ବୋଧନ ଦେଇ ଚଳିତ ନିର୍ବାଚନରେ ବିଜେଡିକୁ ପୁଣି ଥରେ କ୍ଷମତାସୀନ କରିବା ପାଇଁ ଅନୁରୋଧ କରିଥିଲେ। ପାଣ୍ଡିଆନ ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଆଗାମୀ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଶପଥଗ୍ରହଣ କରିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ସର୍ବପ୍ରଥମେ ବିଜୁଳି ବିଲ୍‌‌ ଛାଡ଼ ଘୋଷଣା ଉପରେ ଦସ୍ତଖତ କରିବେ। ଜୁଲାଇ ମାସରୁ ଲୋକଙ୍କୁ ବିଜୁଳି ବିଲ୍‌‌ ଦେବାକୁ ପଡ଼ିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link