Nijjar Death: ପଣସ ଖାଇ ଭାରତ ମୁଣ୍ଡରେ ଅଠା ବୋଳୁଛି ପାକିସ୍ତାନ !

ରଶ୍ମିତା ସାହୁ Sun, 01 Oct 2023-5:38 pm,

କାନାଡାରେ ଲୁଚିଥିବା ଖଲିସ୍ତାନୀ ଆତଙ୍କବାଦୀ ହରଦିପ ସିଂହ ନିଜର ହତ୍ଯାକାଣ୍ଡକୁ ନେଇ ଭାରତ ଓ କାନାଡା ମଧ୍ଯରେ କୂଟନୈତିକ ଯୁଦ୍ଧ ଚାଲିଛି । କାନାଡା ସଂସଦରେ ଖୋଲାଖୋଲି ଜଷ୍ଟିନ୍ ଟ୍ରୁଡୋ ଭାରତକୁ ନିଜ୍ଜର ହତ୍ୟାକାଣ୍ଡ ପାଇଁ ଏକରକମ ଦାୟୀ କରିଲେ । ଯାହାକୁ ନେଇ ଦୁଇ ଦେଶ ମଧ୍ଯରେ ସମ୍ପର୍କ ଖରାପ ହୋଇଯାଇଛି । ଦୁଇ ଦେଶ ମଧ୍ଯରେ କୂଟନୈତିକ ବାକଯୁଦ୍ଧ ଚାଲୁଥିବା ବେଳେ ଆଉ ଗୋଟିଏ ଚମକାଇବା ଭଳି ଖବର ଆସୁଛି । ଖବର ଅନୁସାରେ ନିଜ୍ଜର ହତ୍ୟା ପଛରେ ପାକିସ୍ତାନର କୁଖ୍ଯାତ ଗୁଇନ୍ଦା ଏଜେନ୍ସି ଆଇଏସଆଇ ରହିଛି । ଆଇଏସଆଇ ନିଜ ଡ୍ରଗ୍ସ ବ୍ଯବସାୟକୁ ସୁରକ୍ଷିତ କରିବାକୁ ନିଜ୍ଜରକୁ ରାସ୍ତାରୁ ହଟାଇଥିବା ଭାରତୀୟ ଗୁଇନ୍ଦା ଏଜେନ୍ସି ସନ୍ଦେହ କରୁଛନ୍ତି । ନିଜର ହତ୍ୟା ଦ୍ୱାରା ଆଇଏସଆଇ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଥିବା କୁହାଯାଉଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link