Video: ଗ୍ରାଉଣ୍ଡରେ ପ୍ରବେଶ କରିଥିବା ପ୍ରଶଂସକଙ୍କୁ ପିଟୁଥିଲେ ସୁରକ୍ଷା କର୍ମୀ, ଏପରି କିଛି କରି ମହାନତା ଦେଖାଇଲେ ସାମୀ
Delhi Test: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିଲ୍ଲୀ ଟେଷ୍ଟ ମ୍ୟାଚରେ ଜଣେ ପ୍ରଶଂସକ ଗ୍ରାଉଣ୍ଡ ଭିତରକୁ ପଶି ଭାରତୀୟ ଖେଳାଳିଙ୍କୁ ଭେଟିବାକୁ ଦୌଡୁଥିଲେ କିନ୍ତୁ ସୁରକ୍ଷା କର୍ମୀ ତାଙ୍କୁ ଧରି ନେଇଥିଲେ ଓ ପିଟିବା ଆରମ୍ଭ କରିଥିଲେ । ଏହି ସମୟରେ ବାଉଣ୍ଡ୍ରି ଉପରେ ଠିଆ ହୋଇଥିବା ମହମ୍ମଦ ଶାମି ସୁରକ୍ଷାକର୍ମୀଙ୍କୁ ଏପରି କରିବାକୁ ମନା କରି ନିଜର ମହାନତା ଦେଖାଇଛନ୍ତି ।