Hamas War: କ’ଣ ପାଇଁ ହମାସ ବିରୋଧରେ ଇସ୍ରାଏଲୀ ଯୁଦ୍ଧ ଲଢୁଛନ୍ତି ଦୁଇ ଶହ ଭାରତୀୟ?
ଇସ୍ରାଏଲ ଓ ହମାସ ମଧ୍ଯରେ ମାସାଧିକ ଧରି ଚାଲିଥିବା ଯୁଦ୍ଧ ବେଳକୁ ବେଳ ରକ୍ତାକ୍ତ ହେବାରେ ଲାଗିଛି । ଭାରତ ଇସ୍ରାଏଲ ପଛରେ ଛିଡା଼ ହୋଇଥିବା ବେଳେ ଏମିତି ଗୋଟିଏ ଖବର ଆସିଛି ଯାହା ଚକିତ କଲାଭଳି । ଏହି ଖବର ଅନୁସାରେ ହମାସର ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ମଧ୍ଯ ଯୁଦ୍ଧ ଲଢୁଛନ୍ତି । ଜଣେ ନୁହନ୍ତି କି ୨ ଜଣ ,୨ଶହରୁ ଅଧିକ ଭାରତୀୟ ହମାସ ବିରୋଧରେ ହତିଆର ଉଠାଇଛନ୍ତି । ହମାସ ବିରୋଧରେ ଯୁଦ୍ଦ ଲଢୁଥିବା ଏହି ଭାରତୀୟମାନଙ୍କର ଇସ୍ରାଏଲ ସହିତ ସମ୍ପର୍କ ୨ ହଜାର ବର୍ଷରୁ ଅଧିକ ପୁରୁଣା । ୨ ହଜାର ବର୍ଷ ବିତିଯାଇଥିଲେ ବି ସେହି ସମ୍ପର୍କର ବନ୍ଧନ ଢିଲା ପଡିନି ବଂର ଅଧିକ ଶକ୍ତ ହୋଇଛି । ଆସନ୍ତୁ ହମାସ ବିରୋଧରେ ଯୁଦ୍ଧ ମୈଦାନରେ ଲଢେଇ କରୁଥିବା ୨ଶହ ଭାରତୀୟଙ୍କ ବାବଦରେ ଜାଣିବା ।