Video: ବୃଦ୍ଧ ମହିଳାଙ୍କ ସହ ଏମିତି କଲେ ଯୁବ ଡାକ୍ତର, ଭିଡିଓ ହେଲା ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 30 Sep 2024-6:16 pm,

Video: କୁହାଯାଏ ଯେ, ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ । ଆମ ଦେଶରେ ଅନେକ ଡାକ୍ତର ଅଛନ୍ତି ଯେଉଁମାନେ କେବଳ ନିଜ ଫିସ୍ ନୁହେଁ ବରଂ ସମାଜସେବା କରିବାକୁ ପସନ୍ଦ କରନ୍ତି । ଜଣେ ଗରିବ ବୃଦ୍ଧ ମହିଳା ଚିକିତ୍ସା ପାଇଁ ଆସିଥିବା ସମୟରେ ଏହି ଭିଡିଓଟି ଉତ୍ତୋଳନ ହୋଇଛି । ମହିଳା ଜଣଙ୍କ ଡାକ୍ତରଙ୍କୁ ଫିସ୍ ବାବଦରେ କିଛି ଖୁଚୁରା ଟଙ୍କା ଦେଉଥିବା ସମୟରେ ଡାକ୍ତରଜଣକ ଜାଣି ପାରୁଛନ୍ତି ଯେ, ମହିଳା ଜଣଙ୍କ ଅତ୍ୟନ୍ତ ଗରିବ । ସେଥିପାଇଁ ସେ ମାଗଣାରେ ଚିକିତ୍ସା କରିବା ସହ ଫିସ୍ ଫେରାଇ ଦେଉଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link