Cyclone Michaung: ଦକ୍ଷିଣ- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଗଭୀର ଅବପାତ ରବିବାର ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ (Cyclone Michaung)ନେଇଛି। ଆଇଏମଡିର(imd)ସୂଚନା ଅନୁସାରେ,  ରବିବାର ସଂନ୍ଧ୍ୟା ୭ଟା ୪୫ ସୁଧା ଏହା ପଡୁଚେରୀ ଠାରୁ ପ୍ରାୟ ୨୧୦ କିଲୋମିଟର ପୂର୍ବ , ଚେନ୍ନାଇ ଠାରୁ ୨୧୦ କିମି ପୂର୍ବ-ଦକ୍ଷିଣ ପୂର୍ବ, ନେଲ୍ଲେର ଠାରୁ ୩୩୦କିମି, ଦକ୍ଷିଣ-ଦକ୍ଷିଣ ପୂର୍ବ  ଏବଂ ମଛଲିପଟନମ୍ ଠାରୁ ୪୫୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବରେ କେନ୍ଦ୍ରିଭୂତ ହୋଇଛି। ଏହା ଘଣ୍ଟା ପ୍ରତି ୮ କିଲୋମଟିର ବେଗରେ ଆଗକୁ ବଢୁଛି। କ୍ରମଶଃ ଉତ୍ତର-ପଶ୍ଚିମ -ଦିଗକୁ ଗତି କରି ଆହୁରି ଘନୀଭୂତ ହୋଇ ଆଜି (ସୋମବାର) ସକାଳ ୧୦ଟା ସୁଧା  ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ସଂଲଗ୍ନ ଉତ୍ତର ତାମିଲନାଡୁ ଉପକୂଳ ନିକଟ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ। 


COMMERCIAL BREAK
SCROLL TO CONTINUE READING

Also Read: Shukra Gochar: ବିଛାକୁ ଚଳନ କରିବେ ଶୁକ୍ର ,ଏହି ତିନି ରାଶି ପାଇବେ ଶୁଭଫଳ


ଏହାପରେ, ପ୍ରାୟ ସମାନ୍ତରଳ ଭାବେ ଦକ୍ଷିଣ ଆନ୍ଧ୍ରପ୍ରଦେଶ  ଉପକୂଳ ନିକଟରେ ଗତିକରି ୫ ତାରିଖ ପୂର୍ବାହ୍ନରେ ନେଲ୍ଲୋର ଓ ମଛଲିପାଟନମ୍ ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ  ଅତିକ୍ରମ କରିବ।  ଏହି ସମୟରେ ଘଣ୍ଟାପ୍ରତି ୯୦ ରୁ ୧୦୦ କିଲୋ ମିଟର ବେଗରେ ପବନ ବହିବ।  ଏହାର ପ୍ରଭାବରେ ଓଡି଼ଶାରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ବିଶେଷ କରି ଆଜି,  ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ଗଞ୍ଜାମ ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି। ସେହିପରି, ନବରଙ୍ଗପୁର , କଳାହାଣ୍ତି, କନ୍ଧମାଳ, ପୁରୀ, ମାଲକାନଗିରି, କୋରାପୁଟ୍, ରାୟଗଡା ଓ ଗଞ୍ଜାମ ଭଳି କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । 


ସେହିପରି, ମଙ୍ଗଳବାର ଦିନ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କନ୍ଧମାଳ, କୋରାପୁଟ , ମାଲକାନଗିରି ଓ ରାୟଗଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।  ଏବଂ ଉପକୂଳ ଓଡି଼ଶାର ଅଧିକାଂଶ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ , ଅନୁଗୋଳ ଓ ଢେଙ୍କାନାଳ , କୋରାପୁଟ , ମାଲକାନଗିରି ଓ ରାୟଗଡା ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏବଂ ବଜ୍ରପାତର ସମ୍ଭାବନା ରହିଛି। ଆଜି ସଂନ୍ଧ୍ୟାରୁ ଆସନ୍ତାକାଲି ଯାଏଁ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବିଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ବାରଣ କରାଯାଇଛି। ସେପଟେ, ବାତ୍ୟାକୁ ନେଇ ଚାଷୀ ଭୟଭିତ ନ ହେବାକୁ କହିଛନ୍ତି କୃଷି ସଚିବ ଅରବିନ୍ଦ ପାଢ଼ୀ। କଟା ହୋଇଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ସେ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି।