Heavy Rain in Odisha: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଗତ ୬ ଘଣ୍ଟା ଧରି ୧୮କିଲୋମିଟର ବେଗରେ ଗତି କରୁଛି ଏହି ଅବପାତ । ପାରାଦୀପର(Paradeep) ଦକ୍ଷିଣ ଭାଗରରେ ୩୮୦କିଲୋ ମିଟର ଦୂରରେ ଏହାର ଅବସ୍ଥିତି ରହିଛି। ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର(Meteorological Centre, Bhubaneswar)। ବାଂଲାଦେଶ ଉପକୂଳ ଅତିକ୍ରମ କରିଛି ଏହି ଅବପାତ।


COMMERCIAL BREAK
SCROLL TO CONTINUE READING

ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି । ବାଲେଶ୍ବର(balasore), ଭଦ୍ରକ, ଯାଜପୁର, କେନ୍ଦ୍ରାପଡା(Kendrapara), କଟକ, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ସେହିପରି ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର ଏବଂ ଭଦ୍ରକ(Bhadrak)ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲାମାନଙ୍କୁ ଅରେଞ୍ଜ ଆଲର୍ଟ(Orange Alert) ଜାରି କରାଯାଇଛି ।



ସେପଟେ ବର୍ଷା ସହ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଫଳରେ ସମୁଦ୍ର ଅଶାନ୍ତ ରହିବ। ଏଥିପାଇଁ ଗତ କାଲିଠାରୁ ୧୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।ସେପଟେ ପ୍ରବଳ ବର୍ଷା ଯୋଗୁ କୃଷକମାନେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଧାନ ଚାଷ ସହ ବିଭିନ୍ନ ଫସଲ ନଷ୍ଟ ହୋଇପାରେ।  ଏ ନେଇ ଅମଳ ଯୋଗ୍ୟ ହୋଇଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ଆଗୁଆ ପରାମର୍ଶ ଦିଆଯାଇଛି।



ଅଦିନିଆ ବର୍ଷାକୁ ନେଇ ଫସଲ ପରିଚାଳନା ସଂପର୍କରେ, ବିଭାଗୀୟ ଅଧିକାରୀ, ଆଂଚଳିକ ପାଣିପାଗ କେନ୍ଦ୍ର ଏବଂ ଓୟୁଏଟିର ବୈଜ୍ଞାନିକମାନେ ମିଶି କୃଷି ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ ପାଢ଼ୀ ଏକ ଜରୁରୀ ବୈଠକ ଡକାଇ ସହ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।


Also Read: Heavy Rainfall Alert: ସକ୍ରିୟ ରହିଛି ଲଘୁଚାପ, ମତ୍ସ୍ୟଜୀବିଙ୍କୁ ସତର୍କ ସୂଚନା, ଆଜିଠୁ ସମୁଦ୍ର ମନା...