Weather Updates: ଭୁବନେଶ୍ୱର: ସେପ୍ଟମ୍ବର ୧୯ ପରଠାରୁ ଦେଶର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ବଢ଼ିବ। ଏହାଦ୍ୱାରା ଗରମ ଅନୁଭୂତ ହେବା ସହ ବର୍ଷା ଆଶଙ୍କା ଆଉ ରହିବ ନାହିଁ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ବିଶେଷ କରି ଉତ୍ତର ପଶ୍ଚିମ ଅଞ୍ଚଳରେ ଏହି ସମୟରେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ। ଦିନର ତାପମାତ୍ରା ବଢ଼ିଲେ ବି ରାତି ଶରତ ପ୍ରଭାବରେ ଥଣ୍ଡର ଅନୁଭବ ହେବ। 


COMMERCIAL BREAK
SCROLL TO CONTINUE READING

ପାଣିପାଗ ବିଭାଗର ଆକଳ ଅନୁସାରେ ୧୯ ତାରିଖ ପରଠାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ। ଉତ୍ତର ପଶ୍ଚିମ ଭାରତରୁ ୨୨ ତାରିଖ ସୁଦ୍ଧା ମୌସୁମୀ ପ୍ରଭାବ ଫେରିଯିବ। ଯଦି ଏହି ପୂର୍ବାନୁମାନ ସତ୍ୟ ହୁଏ ତେବେ ବିଗତ ଆଠବର୍ଷ ଭିତରେ ସବୁଠାରୁ ଶୀଘ୍ର ପ୍ରତ୍ୟାବର୍ତ୍ତନ ହେବ। 


ସାରେ ଦେଶରେ ଏହି ଧାରା ଲାଗି ରହିବ। ଏବେଠାରୁ ଉତ୍ତର ଭାରତର କିଛି ଅଞ୍ଚଳରେ ଦିନର ତାପମାତ୍ରା ବଢ଼ିବ ଆରମ୍ଭ ହୋଇଛି। ପ୍ରଭାବରେ ବର୍ଷା ପରିମାଣ କମିବାରେ ଲାଗିଛି। ପୂର୍ବାଞ୍ଚଳକୁ ଛାଡ଼ି ଦେଲେ  ସାରା ଦେଶରେ ସେପ୍ଟେମ୍ବର ୨୬ ତାରିଖରୁ ଅକ୍ଟୋବର ୩ ତାରିଖ ମଧ୍ୟରେ ଏହି ପ୍ରକ୍ରିୟା ଜାରି ରହିବ ଏବଂ ବର୍ଷା ପରିମାଣ ଯଥେଷ୍ଟ କମିଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 


ବିଭାଗୀୟ ତଥ୍ୟରୁ ଜଣାପଡ଼ିଛି ଯେ, ଚଳିତ ମୌସୁମମୀ ଋତୁରେ ଦେଶ ୮ ପ୍ରତିଶତ ଅଧିକ ବର୍ଷା ଲାଭ କରିଛି। ଦକ୍ଷିଣ ଭାରତରେ ସର୍ବାଧିକ ୨୦ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ,  କେନ୍ଦ୍ର ଭାରତରେ ଗ ୧୮ ପ୍ରତିଶତ ଅଧିକ ବର୍ଷା ହୋଇଛି। ପୂର୍ବ ଏବଂ ଉତ୍ତରପୂର୍ବ ଅଞ୍ଚଳରେ  ସ୍ୱାଭାବିକଠାରୁ ୧୫ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ  ଉତ୍ତର ପଶ୍ଚିମାଞ୍ଚଳରେ ସର୍ବନିମ୍ନ ୭% ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି। 


ଚଳିତ ବର୍ଷ ପାଣିପାଗ ଉପରେ ଉଭୟ ଲାନିନୋ ଓ ଲାନିନାର ପ୍ରଭାବ ଦେଖିବାକୁ ମିଳୁଛି। ଏହା ଏକ ଅନ୍ତରଣ ବର୍ଷ ହୋଇଥିବାରୁ ଏଥର ଶରତ ଏବଂ ଶୀତ ଋତୁରେ ଅଧିକ ଥଣ୍ଡା ଅନୁଭବ ହୋଇପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି।