Weather Update: ରାଜ୍ୟରେ ଜାରି ରହିଛି ମୌମୁମୀ ଜନିତ ବର୍ଷା । ଆସନ୍ତା ୧୪ ତାରିଖ ଯାଏଁ  ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ପରିମାଣର ବର୍ଷା  ହୋଇପାରେ। ଆଜି ଓ ଆସନ୍ତାକାଲି  କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ। କିନ୍ତୁ ୧୧ ରୁ ୧୪ ତାରିଖ ଯାଏଁ ବହୁ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 


COMMERCIAL BREAK
SCROLL TO CONTINUE READING

ALSO READ: Today Horoscope: ଅଯଥା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?


ଆଇଏମଡି଼ର ଆକଳନ ଅନୁସାରେ, ଆଜି  ଉତ୍ତର ଓ ଦକ୍ଷିଣ ଓଡି଼ଶାର ବିଭିନ୍ନ ସ୍ଥାନରେ ସ୍ବଳରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବାନ ଅଛି।  କିନ୍ତୁ କୌଣସି  ସ୍ଥାନରେ ବଡ଼ ବର୍ଷାର ସମ୍ଭାବନା ନାହିଁ। ଆଜି ବିଶେଷକରି,  ଗଜପତି, ରାୟଗଡ଼ା, ଆଭ୍ୟନ୍ତରୀଣ ଗଞ୍ଜାମ, କନ୍ଧମାଳ, ବରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ବର୍ଷା ହେବାର ସମ୍ଭାବନା ରହିଛି। ସୋମବାର ଦିନ କୋରାପୁଟ୍ କୁ ଛାଡିଦେଲେ  ଅନ୍ୟ କୌଣସି ସ୍ଥାନରେ ବିଶେଷ ବର୍ଷା ହୋଇ ନାହିଁ। ଗତକାଲି, କୋରାପୁଟରେ ସକାଳୁ ସନ୍ଧ୍ୟା ଭିତରେ ୫୧.୬ ମିମି ବର୍ଷା ହୋଇଛି। 


ନୟାଗଡରେ ୧୩.୪,ବାଲେଶ୍ବରରେ ୭.୮, ପାରଳାଖେମୁଣ୍ତିରେ ୬.୪,ରାୟଗଡାରେ ୩.୫, ମିମି ବର୍ଷା ହୋଇଛି। ସେହିପରି ଜୁନ୍ ୧ରୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମୋଟ୍ ୨୧୧.୬ ମିମି ବର୍ଷା ହୋଇଛି। ୨୬% ନିଅଣ୍ଟିଆ ବର୍ଷା ହୋଇଛି। ଗଜପତି, ଗଞ୍ଜାମ,  ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା, ଯାଜପୁର, ମୟୂରଭଂଜ, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ, ବୌଦ୍ଧ, ଝାରସୁଗୁଡା, ବରଗଡ, ବଲାଙ୍ଗୀର , କଳାହାଣ୍ତି ଓ ନୂଆପଡାରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି। ବାଲେଶ୍ବରରେ ନିଅଣ୍ଟିଆ ବର୍ଷା ସ୍ଥିତି ଅଧିକ ରହିଛି।