Weather Update: ସତର୍କତା ଜାରି କଲା ପାଣିପାଗ ବିଭାଗ, ଆଜି ୭ ଜିଲ୍ଲାରେ ବର୍ଷା ସମ୍ଭାବନା
Weather Update: ରାଜ୍ୟରେ ଏବେ ଶୀତ ନ ଥିବା ବେଳେ ରାଜ୍ୟବାସୀଙ୍କ ଚିନ୍ତା ବଢାଇଛି ମୁଣ୍ତଫଟା (heat wave) ଖରା ସାଙ୍ଗକୁ ତାତି। ଶନିବାର ଦିନ ମାଲକାନଗିରିରେ ଦିନ ତାପମାତ୍ରା ୩୭ ଡିଗ୍ରୀ ଛୁଇଁଥିବା ଆଞ୍ଚଳିକ ପାଣିପାଗ ବିଭାଗ (Bhubaneswar Meteorological Centre) ପକ୍ଷରୁ ସତର୍କତା ଜାରି କରାଯାଇଛି। ତେବେ, ଆଜି ୭ ଜିଲ୍ଲାରେ ହାଲୁକା ବର୍ଷା (light rain) ସହ ଘଡଘଡି ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
Weather Update: ରାଜ୍ୟରେ ଏବେ ଶୀତ ନ ଥିବା ବେଳେ ରାଜ୍ୟବାସୀଙ୍କ ଚିନ୍ତା ବଢାଇଛି ମୁଣ୍ତଫଟା (heat wave) ଖରା ସାଙ୍ଗକୁ ତାତି। ଶନିବାର ଦିନ ମାଲକାନଗିରିରେ ଦିନ ତାପମାତ୍ରା ୩୭ ଡିଗ୍ରୀ ଛୁଇଁଥିବା ଆଞ୍ଚଳିକ ପାଣିପାଗ ବିଭାଗ (Bhubaneswar Meteorological Centre) ପକ୍ଷରୁ ସତର୍କତା ଜାରି କରାଯାଇଛି। ତେବେ, ଆଜି ୭ ଜିଲ୍ଲାରେ ହାଲୁକା ବର୍ଷା (light rain) ସହ ଘଡଘଡି ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହି ଜିଲ୍ଲା ଗୁଡିକ ହେଲା, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ବରଗଡ,ସମ୍ବଲପୁର, ମୟୂରଭଂଜ ଓ ବାଲେଶ୍ବର ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି। କିଛି ସ୍ଥାନରେ ଘଡଘଡି ହୋଇପାରେ। ସେହି ପରି ଆସନ୍ତାକାଲି ମୟୂରଭଂଜ ଓ ବାଲେଶ୍ବରରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ALSO READ: Today Horoscope: ଆକସ୍ମିକ ଧନପ୍ରାପ୍ତିର ରହିଛି ଯୋଗ, ଜାଣନ୍ତୁ ଆଜିର ରାଶିଫଳ
ଶନିବାର ଦିନ ୧୩ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା। ଭୁବନେଶ୍ବରରେ ୩୬.୮,ବଲାଙ୍ଗୀରରେ ୩୬.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି, ନୟାଗଡରେ ୩୬.୫,ସୋନପୁରରେ ୩୬.୨, ଟିଟିଲାଗଡ ଓ ଭବାନୀପାଟଣାରେ ୩୬ ଡିଗ୍ରୀ ରେକର୍ଡ଼ ହୋଇଛି। ଢେଙ୍କାନାଳରେ ୩୫.୭, ଜଗତସିଂହପୁର ୩୫.୫, ରାୟଗଡାରେ ୩୫.୪,ବୌଦ୍ଧରେ ୩୫.୨ ଡିଗ୍ରୀ ରେକର୍ଡ ହୋଇଛି । ତଥାପି ଆସନ୍ତା ୨ ଦିନରେ ଦିନ ତାପମାତ୍ରା ପ୍ରାୟ ୨ ଡିଗ୍ରୀ ବଢିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।