Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ(cold wave in odisha)।  ଆସନ୍ତା ତିନି ଦିନ ଯାଏଁ  ରାଜ୍ୟରେ ଘନ କୁହୁଡି଼ (Fog) ଦୃଶ୍ୟମାନ ହେବ। କିଛି ସ୍ଥାନରେ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ୍ ରହିବ। ଉପକୂଳ ଓଡି଼ଶା ସମେତ  ପଶ୍ଚିମ ଓ ଦକ୍ଷିଣ ଓଡି଼ଶାର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖାଯିବ ବୋଲି ପାଣିପାଗ ବିଭାଗ (Meteorological Centre, Bhubaneswar) ପୂର୍ବାନୁମାନ କରିଛି। ଘନ କୁହୁଡି ଆଶଙ୍କା ଥିବାରୁ ଦୁର୍ଘଟଣା ଏଡାଇବାକୁ  ସତର୍କତା ପଦକ୍ଷେପ ନେବାକୁ ସ୍ବତନ୍ତ୍ର ରିଲିଫ କମିଶନର  ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

 



ଆଜି ସକାଳୁ (ଶନିବାର) ଖୋର୍ଦ୍ଧା, ପୁରୀ, ଗଂଜାମ୍, ଗଜପତି, କେନ୍ଦୁଝର ,ସୁନ୍ଦରଗଡ଼ , ଢେଙ୍କାନାଳ , ନୟାଗଡ, କଟକ , କନ୍ଧମାଳ , କଳାହାଣ୍ତି, ରାୟଗଡା ଓ କୋରାପୁଟ୍ ଜିଲ୍ଲାରେ ଘନ କୁହୁଡି ଦୃଶ୍ୟାମନ ହେବା ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ରବିବାର ଏସବୁ ଜିଲ୍ଲାରେ ଘନ କିହୁଡି ଦୃଶ୍ୟମାନ ହୋଇପାରେ। ରବିବାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଦା, ନୟାଗଡ, ଗଜପତି, ଗଂଜାମ, ନୟାଗଡ, କୋରାପୁଟ୍, ରାୟଗଡା, କଳାହାଣ୍ତି, କନ୍ଧମାଳ, ବଲାଙ୍ଗୀର, ସୁନ୍ଦରଗଡ, ମୟୂରଭଞ୍ଜ, ଅନୁଗୋଳ ଓ ଢେଙ୍କାନାଳରେ ଘନ କୁହୁଡି ଦୃଶ୍ୟମାନ ହୋଇପାରେ।  ଏ-ସବୁ ଜିଲ୍ଲା ପାଇଁ ୟେଲୋଓ୍ବାର୍ଣ୍ଣିଂ ଜାରି ହୋଇଛି। ପାଣିପାଗ ବିଭାଗର ଆକଳନ ଅନୁସାରେ, ଉତ୍ତର ପଶ୍ଚିମବାୟୁ  ଦିଗରୁ ପ୍ରବାହିତ ଶୁଷ୍କ ଥଣ୍ତା  ବାୟୁ ପ୍ରବାହ ଧିରେ ଧିରେ  ଦୁର୍ବଳ ହେଉଛି। ପୁଣି ଉଷ୍ମ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବଢୁଛି।  ଏହାର ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟରେ ଶୀତ କମିବ। ରାତ୍ରିର ତାପମାତ୍ରା ୨ ରୁ ୪ ଡିଗ୍ରୀ କମିଯିବ।


ଗତକାଲି ରାତିରେ ଜି. ଉଦୟଗିରିରେ ୪.୬ ଡ଼ିଗ୍ରୀ,ସେମିଳିଗୁଡାରେ ୫.୬ ଡ଼ିଗ୍ରୀ,ଫୁଲବାଣୀରେ ୬ ଡ଼ିଗ୍ରୀ,କିରେଇରେ ୭.୧ ଡ଼ିଗ୍ରୀ, କୋରାପୁଟରେ ୭.୭ ଡ଼ିଗ୍ରୀ, କେନ୍ଦୁଝରରେ ୭.୮ ଡ଼ିଗ୍ରୀ, ଦାରିଙ୍ଗବାଡିରେ ୮ ଡ଼ିଗ୍ରୀ ଓ ଅନୁଗୁଳରେ ୮.୬ ଡ଼ିଗ୍ରୀ  ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି, ସୁନ୍ଦରଗଡରେ ୯ ଡ଼ିଗ୍ରୀ, ନବରଙ୍ଗପୁରରେ ୯ ଡ଼ିଗ୍ରୀ, ସୋନପୁରରେ ୯.୩ ଡ଼ିଗ୍ରୀ, ଝାରସୁଗୁଡାରେ ୯.୪ ଡ଼ିଗ୍ରୀ, ରାଣୀତାଲରେ  ୯.୪ ଡ଼ିଗ୍ରୀ ଓ ଚିପିଲିମାରେ ୯.୮ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି।