Weather Update: ଫେବୃଆରୀ ମାସରୁ ହିଁ ରାଜ୍ୟରୁ ଶୀତ ଗାଏବ ହୋଇ ଯାଇଛି। ଆଉ ମାର୍ଚ୍ଚ ମାସ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଦିନ ତାପମାତ୍ରା ସ୍ବାଭାବିକ୍ ରହୁଥିବା ବେଳେ ରାତି ତାପମାତ୍ରା ସ୍ବାଭାବିକ ଠାରୁ ବେଶ୍ ଅଧିକ ରେକର୍ଡ଼ ହେଉଛି।  ଆଉ ୨୪ଘଣ୍ଟା ରାଜ୍ୟରେ ସମାନ ପାଣିପାଗ ନଜରକୁ ଆସିବା ସହ ଦିନ ତାପମାତ୍ରା ସ୍ବାଭାବିକ ଠାରୁ  ୨ରୁ ୩ ଡିଗ୍ରୀ ଅଧିକ ରହିବାର ସମ୍ଭାବନା ରହିଛି। ୨୪ ଘଣ୍ଟା ପରେ ରାଜ୍ୟରେ ପାଗ ବଦଳିବା ସହ ୨ ଦିନ ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ସମ୍ଭାବନା ଥିବା ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। 


COMMERCIAL BREAK
SCROLL TO CONTINUE READING

ALSO READ : Grah Gochar March 2024: ମାର୍ଚ୍ଚ ଆରମ୍ଭରୁ ବଦଳିବ ଏହି ୬ ରାଶିଙ୍କ ଭାଗ୍ୟ, ବ୍ୟବସାୟରେ ମିଳିବ ପ୍ରଚୁର ଲାଭ!


''ରାଜ୍ୟରେ କ୍ରମାଗତ ୨ ଦିନ ପାଗ ଶୁଖିଲା ରହିବା ରହିଛି । ୩ ଓ ୪ ତାରିଖ ବେଳକୁ ରାଜ୍ୟରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। '' ବିଶେଷ କରି ଉତ୍ତର ଆଭ୍ୟନ୍ତରିଣ ଓଡି଼ଶାର ଝାରସୁଗୁଡା, କେନ୍ଦୁଝର, ସୁନ୍ଦରଗଡରେ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କେନ୍ଦ୍ର ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି। 


ଗତ ୨୪ ଘଣ୍ଚାରେ ଭଦ୍ରକର କେତୋଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ କରାଯାଇଛି। ଚାନ୍ଦବାଲିରେ ସର୍ବାଧିକ ୧୦ ମିଲିମିଟର  ରେକର୍ଡ଼ ହୋଇଥିବା ବେଳେ ଭଦ୍ରକରେ ୦.୪ ମିଲିମିଟର ବର୍ଷା ରେକର୍ଡ଼ ହୋଇଛି। ଶୁକ୍ରବାର ଦିନର ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ତିରେ ୩୭.୪ ଡିଗ୍ରୀ ରେକର୍ଡ଼ ହୋଇଥିବା ବେଳେ ଦ୍ବୀତିୟ ସର୍ବାଧିକ ପାରଦ ମାଲକାନଗିରିରେ ୩୭.୦ ଡିଗ୍ରୀ ରେକର୍ଡ଼ ହୋଇଛି ।  ରାଜ୍ୟରେ ଦିନ ତାପମାତ୍ରାରେ ବୃଦ୍ଧି ନଜରକୁ ଆସିଥିବା ବେଳେ ୯ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି।  ଗତ ତିନି ଦିନ ରାଜ୍ୟରେ ତାରମାତ୍ରା ମେଘୁଆ ଦେଖିବାକୁ ମିଳିଥି୍ଲା। ଯାହା ପାଇଁ ତାତି କମିଥିଲା। କିନ୍ତୁ ଗୁରୁବାର ଠାରୁ ରାଜ୍ୟରେ ତାତି ବଢିଛି।