Aajira Panipaga Khabar: ପୁଣି ରାଜ୍ୟରେ ବର୍ଷା, ଏହି ୭ ଜିଲ୍ଲା ପାଇଁ ଆଲର୍ଟ ଜାରି...

Aajira Panipaga Khabar: ରାଜ୍ୟରେ ଗତ ଦୁଇ ଦିନ ପୂର୍ବରୁ ଆରମ୍ଭ ହୋଇଥିବା ବର୍ଷା ରବିବାର ବନ୍ଦ ହୋଇଥିବା ବେଳେ ଆଉ ଏକ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ତାରିଖରୁ ପୁଣି ଆଉ ଏକ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।

ପ୍ରିୟମ୍ବଦା ରଣା Dec 23, 2024, 06:49 AM IST
1/6

Aajira Panipaga Khabar: ରାଜ୍ୟରେ ଗତ ଦୁଇ ଦିନ ପୂର୍ବରୁ ଆରମ୍ଭ ହୋଇଥିବା ବର୍ଷା ରବିବାର ବନ୍ଦ ହୋଇଥିବା ବେଳେ ଆଉ ଏକ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ତାରିଖରୁ ପୁଣି ଆଉ ଏକ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।

2/6

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ତାମିଲନାଡ଼ୁ ଉପକୂଳଠାରୁ ବହୁତ ଦୂରରେ ଅବସ୍ଥିତ ରହିଛି। ଏହା ସକ୍ରିୟ ରହିଥିବାରୁ ୨୪ ଓ ୨୫ ତ‌ାରିଖରେ କେନ୍ଦ୍ରୀୟ ପଶ୍ଚିମ ଉପକୂଳ ଆଡ଼କୁ ବିସ୍ତୃତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। 

3/6

ଏହାର ପ୍ରଭାବରେ ବର୍ଷା ସମ୍ଭାବନା ରହିଥିବା ବେଳେ ୭ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ଆଲର୍ଟ ଜାରି କରିଛି ବିଭାଗ।

4/6

ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ବରଠାରୁ ଗଞ୍ଜାମ ଜିଲ୍ଲା ପର୍ଯ୍ୟନ୍ତ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି।

5/6

ଏଥି ସହ ଜଗତ୍‌ସିଂହପୁର, କଟକ, ଖୋର୍ଦ୍ଧା, ପୁରୀ(Puru), ଗଞ୍ଜାମ, ନୟାଗଡ଼, ଗଜପତି(Gajapati) ଜିଲ୍ଲାରେ ମଧ୍ୟମ ବର୍ଷା ଆଶଙ୍କା ଥିବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। 

6/6

ସେପଟେ ଆଜି ତଥା ସୋମବାର ଘନ କୁହୁଡି ନେଇ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ୫ ଜିଲ୍ଲା କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଅନୁଗୁଳ ଓ କଳାହାଣ୍ଡି(Kalahandi)କୁ କୁହୁଡି ପାଇଁ ସତର୍କତା ଜାରି କରିଛି ବିଭାଗ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link