Weather Update: ଲଘୁଚାପ ପ୍ରଭାବରେ ଆଜି ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା, ସତର୍କତା ଜାରି କଲା ବିଭାଗ
Weather Update: ରାଜ୍ୟରେ ଜାରି ରହିଛି ଶୀତ ବର୍ଷାର ଲୁଚକାଳି ଖେଳ। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ଠାରୁ ରାଜ୍ୟରେ ବର୍ଷା ହେବ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୨୦ ତାରିଖ ଯାଏଁ ଉପକୂଳ ଓଡି଼ଶା, ଆଭ୍ୟନ୍ତରୀଣ ଓଡି଼ଶା ଓ ଦକ୍ଷିଣ ଓଡି଼ଶାରେ ବର୍ଷା ହୋଇପାରେ।
ସେହିଭଳି ଦିନ ତାପମାତ୍ରା ବି ୩ ରୁ ୫ ଡିଗ୍ରୀ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ବିଶେଷକରି, ଗଂଜାମ, ଗଜପତି, ରାୟଗଡା, ମାଲକାନଗିରି ଓ କୋରାପୁଟ୍ ରେ ସ୍ବଳ୍ପରୁ ମଧ୍ୟନ ଧରଣର ବର୍ଷା ହୋଇପାରେ।
ସେହିପରି, ଆସନ୍ତାକାଲି, ପୁରୀ, ଗଂଜାମ, ଗଜପତି, ରାୟଗଡା, କୋରାପୁଟ୍, ମାଲକାନଗିରି, ନବରଙ୍ଗପୁର,କନ୍ଧମାଳ ଓ କଳାହାଣ୍ତିରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି ୨୦ ତାରିଖରେ ଗଂଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ ସୋନପୁରରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
ମଙ୍ଗଳବାର ରାତିରୁ ତାପମାତ୍ରା କମିଛି। ବୁଧବାର ଦିନ ଆହୁରୀ ତାପମାତ୍ରା ଅଧିକ କମିବ। ଫଳରେ ଶୀତ କମିବ। ତେବେ, ଦିନର ପାଗ କୋହଲା ରହିବ। ଦିନର ତାପମାତ୍ରା ୩ ରୁ ୫ ଡିଗ୍ରୀ କମିବ ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ପୂର୍ବାନୁମାନ କରିଛନ୍ତି। ପାଗ କୋହଲା ସହିତଦିନ ତାପମାତ୍ରା କମିଲେ ଥଣ୍ତା ଅନୁଭୂତ ହେବ।