Weather Update: ଆହୁରି ଥରାଇବ ଜାଡ଼, ଘନ କୁହୁଡି ନେଇ ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଢିବ ଶୀତର ପ୍ରକୋପ। କେତେକ ସ୍ଥାନରେ ୨ ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ। ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

Narmada Behera Jan 02, 2025, 06:54 AM IST
1/6

୨ ତାରିଖ ଆର୍ଥାତ୍ ଆଜି ରାଉରକେଲା ଓ କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ , ଫୁଲବାଣୀ ଓ ସୁନ୍ଦରଗଡରେ ୯ ଡିଗ୍ରୀ , ବାରିପଦା ଓ ଅନୁଗୁଳରେ ୧୧, କଟକରେ ୧୪ ଓ ଭୁବନେଶ୍ବରରେ ୧୫ ଡିଗ୍ରୀ ରହିପାରେ। 

ALSO READ: Today Horoscope: ଆଜି ଏହି ରାଶିଙ୍କ ସୁଧୁରିବ ଆର୍ଥିକ ସ୍ଥିତି, ଏମାନେ ରୁହନ୍ତୁ ସତର୍କ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

 

Minimum Temperature Forecast #Odisha #weather #OdishaWeather #weatherforecast pic.twitter.com/eZ68S0ycDA

— Meteorological Centre, Bhubaneswar (@mcbbsr) January 1, 2025

 

2/6

 ଦିନକ ପରେ କେତେକ ସ୍ଥାନରେ ପାରଦ ବଢିବ। ୩ ତାରିଖରେ ଭୁବନେଶ୍ବରରେ ୧୬, ରାଉରକେଲାରେ ୧୧ ଡିଗ୍ରୀ ରହିପାରେ। ୩୧ ଡିସେମ୍ବର ରାତିରେ ରାଜ୍ୟର ୧୮ ଟି ସ୍ଥାନରେ ପାରଦ ୧୫ ଡିଗ୍ରୀରୁ କମ୍ ଥିଲା।  

 

3/6

ଆଜି ବିଶେଷକରି, ଅନୁଗୁଳ ଓ କନ୍ଧମାଳରେ ଘନ କୁହୁଡି ହେବାର ଆଶଙ୍କା ରହିଛି। ଏହି ଜିଲ୍ଲା ଗୁଡିକୁ ୟେଲୋ ଆଲର୍ଟ ଜାରି କରାଯାଇଛି। 

 

4/6

ଭାରତୀୟ ପାଣିପାଗ ବିଭାଗ  ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ସାମ୍ଭାବ୍ୟ ବର୍ଷାକପ ନେଇ ପୂର୍ବାନୁମାନ କରିଛି। ଏହି ଆକଳନ କହୁଛି। 

 

5/6

ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଉତ୍ତର-ପଶ୍ଚିମ ଭାରତକୁ ଛାଡି ଦେଲେ ବାକି ସବୁଠି ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ।  ଓଡିଶାରେ ଆଗାମୀ ତିନି ମାସ ଅଧିକ ବର୍ଷା ହୋଇପାରେ। ଜାନୁଆରୀରେ ବି ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।  

6/6

ଏହି ସାମ୍ଭାବ୍ୟ ଚିତ୍ର ଅନୁସାରେ,  ଏଥର ଜାନୁଆରୀରେ ଓଡି଼ଶାରେ ବିଶେଷ ଶୀତ ହେବ ନାହିଁ। ସ୍ବାଭାବିକ ଠାରୁ ଅଧିକ ରହିବ ତାପମାତ୍ରା।  ହେଲେ ଦିନ ତାପମାତ୍ରା ପଶ୍ଚିମ ଓ କେନ୍ଦ୍ରୀୟ ଓଡିଶାରେ କମ୍ ରହିପାରେ। ମାତ୍ର ଉପକୂଳର କିଛି ଅଞ୍ଚଳରେ  ଦିନ ତାପମାତ୍ରା ଅଧିକ ରହିବା ସମ୍ଭାବନା ରହିଛି।   

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link