Weather Update: ଲଘୁଚାପ ପ୍ରଭାବର ପୁଣି ବର୍ଷା ସମ୍ଭାବନା, ଆଜି ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବା ନେଇ ଆଲର୍ଟ ଜାରି
Weather Update: ରାଜ୍ୟରେ ଜାରି ରହିଛି ଶୀତ-ବର୍ଷାର ଲୁଚକାଳି ଖେଳ। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ୨ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି
ଆଜି ବିଶେଷକରି, ଗଜପତି, ଗଂଜାମ, କେନ୍ଦ୍ରାପଡା, ଜଗତସିଂହପୁର ଓ କୋରାପୁଟ । ଏବଂ ଆସନ୍ତାକାଲି ଗଂଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ଏହି ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ କରାଇଛନ୍ତି ଏସଆରସି।
ପଶ୍ଚିମ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସଦୃଶ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଯାହାର ପ୍ରଭାବର ରାଜ୍ୟର ଆଜିଠାରୁ ପୁଣି ବର୍ଷା ସହ ଘନ କୁହୁଡି ହେବାର ଅଧିକ ସମ୍ଭାବନା ରହିଛି।
ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ଯେ ତିନିଦିନ ତଳେ, ରାଜ୍ୟରେ ପ୍ରବଳ ବର୍ଷା ହୋଇ ବ୍ୟାପକ ଫସଲ ନଷ୍ଟ ହୋଇଥିଲା। କଟା ହୋଇ ଜମିରେ ପଡିଥିବା ଧାନ ଅଧିକ କ୍ଷତି ହୋଇଛି।
ଅଦିନିଆ ବର୍ଷା ଅନେକ ଚାଷୀଙ୍କ ମେରୁଦଣ୍ତ ଭାଙ୍ଗି ଦେଇଛି। ତେବେ, ଏହି ଦୁଃଖରୁ ଚାଷୀ ବାହାରି ପାରି ନଥିବା ବେଳେ ପୁଣି ଆଗକୁ ଆସୁଛି ବିପଦ।
ଆଜିଠାରୁ ବର୍ଷା ନାକେଦମ୍ କରିବ। ଗଜପତି, ଗଂଜାମ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ବର, ବୌଦ୍ଧ, ଯାଜପୁର,କଟକ, ନୟାଗଡ, ପୁରୀ, କନ୍ଧମାଳ, କଳାହାଣ୍ତି, କୋରାପୁଟ୍ ଓ ମାଲକାନଗିରିରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
୫ ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ବିଭାଗ ପୂର୍ବାନୁମାନ କରିଛି। ବୁଧବାର ଦିନ ଗଜପତି ଓ ଗଂଜାମରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ୟେଲୋ ଆଲର୍ଟ ଜାରି ହୋଇଛି।
ପୁଣି ଆସନ୍ତା ୨ ଦିନ ରାତି ତାପମାତ୍ରା ୨ ରୁ ୪ ଡିଗ୍ରୀ କମିପାରେ। ୨ ଦିନ ବର୍ଷା ଥିବାରୁ ପାଣିପାଗ ସ୍ଥିତି ଉପରେ ନଜର ରଖି ପଦକ୍ଷେପ ନେବାକୁ ଏସଆରସି ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।