Weather Update: ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ; ଆଜି ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଶୀତ ସହ ବର୍ଷା ଜନ ଜୀବନ ଅସ୍ତବ୍ୟସ୍ତ କରିଦେଇଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, କେନ୍ଦ୍ରୀୟ ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ ସକ୍ରିୟ ହେବାରେ ଲାଗିଛି । ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି। ସୁଦୃଶ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି ।

Narmada Behera Dec 25, 2024, 06:51 AM IST
1/7

ଆଜି ରାଜ୍ୟରେ କାଁ ଭାଁ ବର୍ଷା ହେବାର ସମ୍ଭାବନା ରହିଛି।  ପୁରୀ, ଖୋର୍ଦ୍ଧା, ଗଂଜାମ, ଗଜପତି, ରାୟଗଡା, କୋରାପୁଟ୍, ମାଲକାନଗିରି ଓ ନବରଙ୍ଗପୁରରେ  ସ୍ବଳ୍ପ ରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। 

 

#Weather briefing (In #Odia) by Head & Scientist-F : Dr. Manorama Mohanty, based on 0830 Hrs IST observation of #24thDecember, 2024.https://t.co/XmHdnSEM2h

— Meteorological Centre, Bhubaneswar (@mcbbsr) December 24, 2024

 

ALSO READ: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ; ଫିଟିବ ବିବାହ ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

2/7

ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି।  

3/7

ମଙ୍ଗଳବାର ଦିନ ସାଢେ ୮ଟା ରୁ ସାଢେ ୫ଟା ଭିତରେ କଟକରେ ୧୧.୪ ମିମି ବର୍ଷା ହୋଇଛି। ଦାରିଙ୍ଗିବାଡିରେ ୭ମିମି, କୋରାପୁଟରେ ୪.୨, ଅନୁଗୁଳରେ ୩, ପାରଳାଖେମୁଣ୍ତିରେ ୨.୪, ଢେଙ୍କାନାଳରେ ୧.୨ ମିମି ବର୍ଷା ରେକର୍ଡ଼ ହୋଇଛି। 

 

4/7

ଭୁବନେଶ୍ବର, ସମ୍ବଲପୁର ଓ ରାୟଗଡାରେ ବି ବର୍ଷା ହୋଇଛି। 

5/7

ଆଜି (ବୁଧବାର) ମଧ୍ୟ ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ହେବା ସହିତ ପାଗ କୋହଲା ରହିବ।

6/7

ଶୁକ୍ରବାର ଯାଏଁ ରାଜ୍ୟର ସବୁ ଅଞ୍ଚଳରେ ପାଗ ଏଭଳି ରହିବ। ଶୁକ୍ରବାର ଠାରୁ ପାରଦ ୨ ରୁ ୩ ଡିଗ୍ରୀ ଖସିବ।  

7/7

କୋରାପୁଟ୍-ରେ ରାତି ତାପମାତ୍ରା ସବୁଠୁ କମ୍ ୧୨ ଡିଗ୍ରୀ ରେକର୍ଡ଼ କରାଯାଇଛି। ଫୁଲବାଣୀରେ ୧୩, ରାଉରକେଲାରେ ୧୩.୧, ଝାରସୁଗୁଡାରେ ୧୩.୬, ନବରଙ୍ଗପୁର ଓ ସୁନ୍ଦରଗଡରେ ୧୪ ଏବଂ ଖୋର୍ଦ୍ଧାରେ ୧୪.୫ ଡିଗ୍ରୀ ରେକର୍ଡ଼ ହୋଇଛି।  

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link