Weather Update: ପାଣିପାଗ ଅପଡେଟ୍, ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା, ଆଲର୍ଟ ଜାରି କଲା ବିଭାଗ
Weather Update: ରାଜ୍ୟରେ ଜାରି ରହିଛି ଶୀତ ବର୍ଷାର ଲୁଚକାଳି ଖେଳ। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଉତ୍ତର ଓ ପଶ୍ଚିମ ଓଡି଼ଶାରେ ୨୮ ଓ ୨୯ ତାରିଖରେ ହାଲୁକା ବର୍ଷା ହୋଇପାରେ। ଏନେଇ ପୁଣି ଅଦିନିଆ ବର୍ଷାକୁ ନେଇ ଛାନିଆ ହୋଇଛି ଚାଷୀ।
ସେପଟେ, ଜାନୁଆରୀ ପ୍ରଥମ ସପ୍ତାହରେ ଆଉ ଏକ ଲଘୁଚାପ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କଲେଣୀ।
ପଶ୍ଚିମା ଝଡ଼ ପ୍ରଭାବରେ ଆଜି ଓ ଆସନ୍ତାକାଲି ଉତ୍ତର-ପଶ୍ଚିମ ଓଡି଼ଶାରେ ହାଲୁକା ବର୍ଷା ସମ୍ଭାବନା ଥିବା ନେଇ ସୋଆ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ସାହୁ ଗତ ୨ ଦିନ ପୂର୍ବରୁ ପୂର୍ବାନୁମାନ କରିଥିଲେ।
ମାତ୍ର ପାଣିପାଗ ବିଭାଗ ଗୁରୁବାର ଦିନ ଏନେଇ ସୂଚନା ଦେଇଛନ୍ତି ଯେ, ଆଜି ରାଜ୍ୟରେ ପାଗ ଶୁଖିଲା ରହିବ।
୨୮ ତାରିଖ ଅର୍ଥାତ୍ ଶନିବାର ଠାରୁ ସୁନ୍ଦରଗଡ, ବରଗଡ, ନୂଆପଡା, କେନ୍ଦୁଝର ଓ ମୟୂରଭଂଜର ଗୋଟିଏ ୨ଟି ସ୍ଥାନରେ ହାଲୁକ ବର୍ଷା ହେବ। ସେହିପରି ୨୯ ତାରିଖରେ ମୟୂରଭଂଜ, କେନ୍ଦୁଝର, ବାଲେଶ୍ବର, ସୁନ୍ଦରଗଡର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
ରାଜ୍ୟର ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ। ୩୦ , ୩୧ ଏବଂ ଜାନୁଆରୀ ୧ ରେ ରାଜ୍ୟରେ ପାଗ ଶୁଖିଲା ରହିବ। ଆଜି ରାଜ୍ୟର ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ, କେନ୍ଦୁଝର, କନ୍ଧମାଳ, କଳାହାଣ୍ତି ଓ ରାୟଗଡାରେ ମଧ୍ୟମ ଧରଣର କୁହୁଡି଼ ଆଶଙ୍କା ରହିଛି।
୩ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି। ପ୍ରାଥମିକ ଆକଳମ ଅନୁସାରେ ଏହା ଅଧିକ ଘନୀଭୂତ ହୋଇପାରେ।
ଆଜି ବିଶେଷକରି, ଖୋର୍ଦ୍ଧା, କଟକ,ଗଞ୍ଜାମ, ଢେଙ୍କାନାଳ , ଯାଜପୁର, ଭଦ୍ରକ, ଜଗତସିଂହପୁର, ପୁରୀ, କଳାହାଣ୍ଡି, ବଲାଙ୍ଗୀର ଓ କେନ୍ଦ୍ରାପଡାକୁ ସତର୍କତା ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆଶଙ୍କା ରହିଛି।