Weather Report: ଖରା ଗୁଳୁଗୁଳି ଏବେ ରାଜ୍ୟବାସୀଙ୍କୁ କଲବଲ କରୁଛି। କ୍ରମାଗତ ଭାବରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଉକୂଳରୁ ଉପାନ୍ତ, ବୌଦ୍ଧରୁ ଭୁବନେଶ୍ୱର ସବୁଠି ତାତିର ଦାଉ ଦେଖିବାକୁ ମିଳିଛି। ଭୁବନେଶ୍ବର ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିବା ବେଳେ ଦେଶର ଦ୍ବିତୀୟ ଉତ୍ତପ୍ତ ସହର ଭାବରେ ରେକର୍ଡ କରିଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ଏପ୍ରିଲ ମାସରେ ଡ଼ହଳବିକଳ ହେଉଛନ୍ତି ରାଜଧାନୀବାସୀ।


COMMERCIAL BREAK
SCROLL TO CONTINUE READING

ଅନୁଗୁଳରେ ସର୍ବାଧିକ ୪୩.୪ ଡିଗ୍ରୀ ରେକର୍ଡ କରାଯାଇଥିବା ସମୟରେ ଏହା ପଛକୁ ମାଲକାନଗିରିରେ ୪୩.୫ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ବୌଦ୍ଧ ଏବଂ ଟିଟିଲାଗଡରେ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩.୯ ଡିଗ୍ରୀ ହ୍ରାସ ପାଇଛି । ଭୁବନେଶ୍ୱରରେ ୩୯.୬ ଡିଗ୍ରୀ ଏବଂ କଟକରେ ୪୦.୧ ଡିଗ୍ରୀ ରହିଥିଲା ଆଜିର ସର୍ବୋଚ୍ଚ ତାପମାତ୍ରା ।



ଏପ୍ରିଲ୍ ୭ ଏବଂ ୮ ତାରିଖରେ କିଛି ଜିଲ୍ଲାରେ ବଜ୍ରପାତ ସାଙ୍ଗକୁ ପ୍ରବଳ ବର୍ଷା ହୋଇପାରେ । ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲା ସମେତ କେନ୍ଦୁଝର ଖୋର୍ଦ୍ଧା, ମୟୁରଭଞ୍ଜ, ଦେଓଗଡ, ନୟାଗଡ, ବୌଦ୍ଧ ଜିଲ୍ଲାକୁ ବଜ୍ରପାତ ହେବା ନେଇ ଆଲର୍ଟ ଜାରି କରାଯାଇଛି । ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦କିମି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।