Potato Crisis: ଆସୁଛି ୪୮ ହଜାର କ୍ୱିଣ୍ଟାଲ ଆଳୁ, ଦୂର ହେବ ଆଳୁ ସଂକଟ
Advertisement
Article Detail0/zeeodisha/odisha2392758

Potato Crisis: ଆସୁଛି ୪୮ ହଜାର କ୍ୱିଣ୍ଟାଲ ଆଳୁ, ଦୂର ହେବ ଆଳୁ ସଂକଟ

ଭୁବନେଶ୍ୱର: ରାଜ୍ୟରେ ଦିନେ ଦୁଇଦିନ ମଧ୍ୟରେ ଆଳୁ ସଂକଟ ଦୂର ହେବ। ଏଥିପାଇଁ ରାଜ୍ୟ ସରକାର ବାହାର ରାଜ୍ୟରୁ ପାଖାପାଖି ୪୮ ହଜାର କ୍ୱିଣ୍ଟାଲ ଆଳୁ ଆମଦାନୀ କରିଛନ୍ତି। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଶ୍ରୀ ପାତ୍ର ସୂଚନା ଦେଇ କହିଛନ୍ତି କି ଉତ୍ତରପ୍ରଦେଶରୁ ୪୮ ହଜାର କ୍ୱିଣ୍ଟାଲ ଆଲୁ ସରକାର ଆମଦାନୀ କରିଛନ୍ତି। ଦୁ

Potato Crisis: ଆସୁଛି ୪୮ ହଜାର କ୍ୱିଣ୍ଟାଲ ଆଳୁ, ଦୂର ହେବ ଆଳୁ ସଂକଟ

Potato Crisis: ଭୁବନେଶ୍ୱର: ରାଜ୍ୟରେ ଦିନେ ଦୁଇଦିନ ମଧ୍ୟରେ ଆଳୁ ସଂକଟ ଦୂର ହେବ। ଏଥିପାଇଁ ରାଜ୍ୟ ସରକାର ବାହାର ରାଜ୍ୟରୁ ପାଖାପାଖି ୪୮ ହଜାର କ୍ୱିଣ୍ଟାଲ ଆଳୁ ଆମଦାନୀ କରିଛନ୍ତି। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଶ୍ରୀ ପାତ୍ର ସୂଚନା ଦେଇ କହିଛନ୍ତି କି ଉତ୍ତରପ୍ରଦେଶରୁ ୪୮ ହଜାର କ୍ୱିଣ୍ଟାଲ ଆଲୁ ସରକାର ଆମଦାନୀ କରିଛନ୍ତି। ଦୁଇଟି ଟ୍ରେନରେ ଉତ୍ତର ପ୍ରଦେଶରୁ ଆଳୁ ଆସୁଛି। ଆସନ୍ତା ୪-୫ଦିନ ଭିତରେ ଆଳୁ ଓଡ଼ିଶାରେ ପହଞ୍ଚିଯିବ। ରାଜ୍ୟରେ ଆଳୁ ଦର ଠିକ୍ ରହିଛି। ଚଢ଼ା ଦରରେ ଆଳୁ ବିକ୍ରି କରୁଥିବା ଅସାଧୁ ବ୍ୟବସାୟୀ କିମ୍ବା ମହଜୁଦକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ରାଜ୍ୟରେ ୧୯ଶହଟି ସରକାରୀ ଖୁଚୁରା ଦୋକାନରେ ୩୦ ଟଙ୍କାରେ ଆଳୁ ବିକ୍ରି କରାଯାଉଛି ବୋଲି ଶ୍ରୀ ପାତ୍ର କହିଛନ୍ତି।

ସେପଟେ ଗତ କିଛି ହେଲା ରାଜ୍ୟରେ ଆଳୁ ଦରଦାମ୍ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ରେଟ୍ ଚାର୍ଟ ମଧ୍ଯ ପ୍ରସ୍ତୁତ କରାଯାଇଥିଲା। ହେଲେ କିଛି ବ୍ୟବସାୟୀ ଚଢ଼ା ଦରରେ ବିକ୍ରି କରୁଥିବାର ଅଭିଯୋଗ ହୋଇ ଆସୁଥିଲା। ଯାହାକୁ ନେଇ ଆକ୍ସନକୁ ଆସିଛି ଯୋଗାଣ ବିଭାଗ। ମଙ୍ଗଳବାର ସକାଳୁ ସକାଳୁ ଯୋଗାଣ ବିଭାଗର ଏକ ଟିମ୍ ଭୁବନେଶ୍ବରର ଏକ ନମ୍ବର ହାଟରେ ଚଢ଼ଉ କରିଛି। ବିଭିନ୍ନ ପରିବା ସାମଗ୍ରୀର ଦରଦାମ ସଂପର୍କରେ ପଚାରି ବୁଝିବା ସହ ଠିକ ଭାବେ ସରକାର ଆଦେଶକୁ ପାଳନ କରାଯାଉଛି କି ନାହିଁ, ସେନେଇ ତଦାରଖ ମଧ୍ଯ କରୁଛନ୍ତି। 

ସେପଟେ ରାଜ୍ୟ ସରକାର କେ.ଜି ପିଛା ୩୫-୩୬ ଟଙ୍କା ଦରରେ ଆଳୁ ବିକ୍ରି କରିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ମାତ୍ର ବ୍ୟବସାୟୀମାନେ ଏହାକୁ ମାନିବାକୁ ନାରାଜ। ଏକଥାକୁ ନେଇ ଆଜି ଯୋଗାଣ ଅଧିକାରୀ ଓ ଦୋକାନୀ ମୁହାଁମୁହିଁ ହୋଇଛନ୍ତି। ସେମାନଙ୍କ କହିବା କଥା ଯେତିକି ଟଙ୍କାରେ ଆଳୁ କିଣୁଛୁ ସେଥିରେ ୩୬ଟଙ୍କାରେ ବିକ୍ରି କରିବା ସମ୍ଭବ ନୁହେଁ। ଏମିତି ହେଲେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିବ। ଏହାର ବିରୋଧରେ ସେମାନେ ପଚା ଆଳୁ ଫୋପାଡ଼ି ପ୍ରତିବାଦ କରିଛନ୍ତି।